Odiapua.com

ଭାରତରେ PUBG ନିଷେଧ : ଭାରତୀୟ ଖେଳାଳିଙ୍କ ପାଇଁ ବିକଳ୍ପ ଖେଳ – ପଢ଼ନ୍ତୁ

ନୂଆ ଦିଲ୍ଲୀ ୨-୯ (ଓଡ଼ିଆ ପୁଅ) ବୁଧବାରଦିନ ସରକାର ଲୋକପ୍ରିୟ ଗେମିଂ ଆପ୍ PUBG ସମେତ ୧୧୮ ଟି ମୋବାଇଲ୍ ଆପ୍ସକୁ ବ୍ୟାନ କରାଯାଇଛି। PUBG ର ବିକଳ୍ପ ଭାବରେ ଏବେ ଆପଣ ଏହି ଆପ୍ ବ୍ୟବହାର କରିପାରିବେ –

୧- ଗାରେନା ଫ୍ରୀ ଫାୟାର

ଗାରେନା ଫ୍ରି ଫାୟାର ହେଉଛି ଏକ ବ୍ୟାଟେଲ ରୟାଲ୍ ଗେମ୍। ୧୧୧ ଡଟ୍ ଷ୍ଟୁଡିଓ ଦ୍ୱାରା ବିକଶିତ ଏବଂ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପାଇଁ ଗାରେନା (ସିଙ୍ଗାପୁର ଭିତ୍ତିକ କମ୍ପାନୀ) ଦ୍ୱାରା ପ୍ରକାଶିତ।
୨୦୧୯ ରେ ଏହା ସର୍ବଭାରତୀୟ ସ୍ତରରେ ସର୍ବାଧିକ ଡାଉନଲୋଡ୍ ହୋଇଥିବା ମୋବାଇଲ୍ ଗେମ୍।
୨୦୧୯ ରେ ଗୁଗୁଲ୍ ପ୍ଲେ ଷ୍ଟୋର୍ ଦ୍ୱାରା “ସର୍ବୋତ୍ତମ ଲୋକପ୍ରିୟ ଖେଳ” ପାଇଁ ପୁରସ୍କାର ପାଇଥିଲା।
ଏଥିରେ ଖେଳାଳିମାନେ ଏକ ଯୁଦ୍ଧକ୍ଷେତ୍ରରେ ପ୍ରବେଶ କରନ୍ତି ଯେଉଁଠାରେ କେବଳ ଜଣେ ବିଜେତା ହେବେ।

୨- ଫର୍ଟନାଇଟ୍

ଫୋର୍ଟନାଇଟ୍ ହେଉଛି ଏକ ଅନଲାଇନ୍ ଭିଡିଓ ଗେମ୍ ଯାହା ଏପିକ୍ ଗେମ୍ସ (ଏକ ଆମେରିକୀୟ କମ୍ପାନୀ) ଦ୍ୱାରା ବିକଶିତ ହୋଇଛି ଏବଂ ୨୦୧୭ ରେ ମୁକ୍ତିଲାଭ କରିଛି।
ଏହା ତିନୋଟି ଭିନ୍ନ ଖେଳ ମୋଡ୍ ସଂସ୍କରଣରେ ଉପଲବ୍ଧ।
ଫୋର୍ଟନାଇଟ୍: ସେଭ୍ ୱାର୍ଲ୍ଡ, ଫୋର୍ଟନାଇଟ୍, ବ୍ୟାଟଲ୍ ରୟାଲ, ଏବଂ ଫର୍ନାଇଟ୍ କ୍ରିଏଟିଭ୍।

ଏହି ଦୁଇଟି ବ୍ୟତୀତ କଲ୍ ଅଫ୍ ଡ୍ୟୁଟି ମୋବାଇଲ୍, ରୁଲ୍ସ ଅଫ୍ ସର୍ବାଇଭାଲ ଏବଂ ଗ୍ରାଣ୍ଡ ବ୍ୟାଟେଲ୍ ରୟାଲ୍ ମଧ୍ୟ ଏହାର ବିକଳ୍ପ ହୋଇପାରେ।