Odiapua.com

କରୋନା ନେଲା ପ୍ରବାସୀ ଓଡ଼ିଆ ଡାକ୍ତରଙ୍କ ଜୀବନ: RMLର ପୂର୍ବତନ ପ୍ରଫେସର ଡାକ୍ତର ଉପେନ୍ଦ୍ର ବିଶ୍ୱାଳଙ୍କର ନିଧନ : ପ୍ରବାସୀ ଓଡ଼ିଆ ମହଲରେ ଶୋକ

ନୂଆଦିଲ୍ଲୀ ୧୩-୫ (ଓଡ଼ିଆ ପୁଅ) ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସପିଟାଲରେ ଜେନେରାଲ ସର୍ଜରୀ ବିଭାଗର ପୂର୍ବତନ ଏଚ୍‌ ଓ ଡ଼ି ତଥା ଦିଲ୍ଲୀ ଓଡ଼ିଆ ଡକ୍ଟର ଆସୋସିଏସନ୍‌ର ସଦସ୍ୟ ଡକ୍ଟର ଉପେନ୍ଦ୍ର ବିଶ୍ୱାଳଙ୍କର କରୋନାରେ ନିଧନ ହୋଇଛି।

ଗତ ମାସ ୨୨ ତାରିଖରେ ତାଙ୍କର ଦେହ ଖରାପ ହୋଇଥିଲା। ଏପ୍ରିଲ ୨୫ ତାରିଖରୁ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଆଜି ତାଙ୍କର ଦେହାନ୍ତ ହୋଇଛି ବୋଲି ତାଙ୍କର ସାନଭାଇ ଦେବେନ୍ଦ୍ର ବିଶ୍ୱାଳ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟଯେ, ସେ ଦିଲ୍ଲୀର ରାମମନୋହର ଲୋହିୟା ହସ୍ପିଟାଲରେ ଜେନେରାଲ ସର୍ଜରୀ ବିଭାଗର ପ୍ରଫେସର ଥିଲେ ଏବଂ ଅବସର ପରେ ସେ ହିନ୍ଦୁରାଓ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ।

ଜଣେ ଉତ୍ତମ ମଣିଷ ଏବଂ ସର୍ବଦା ସାହାଯ୍ୟକାରୀ ଭାବରେ ଡଃ ବିଶ୍ୱାଳ ପ୍ରବାସୀ ଓଡ଼ିଆ ମହଲରେ ବେଶ ପରିଚିତ ଥିଲେ। ତାଙ୍କର ଦେହାନ୍ତରେ ଦିଲ୍ଲୀ ପ୍ରବାସୀ ଓଡ଼ିଆମାନେ ଶୋକପ୍ରକଟ କରିଛନ୍ତି।