Odiapua.com

ପ୍ରିୟଙ୍କା ଗାନ୍ଧୀ ଦୌଡ଼ିଲେ କାହିଁକି, ତାଙ୍କର ୫ଟି ଗ୍ୟାରେଣ୍ଟି କ’ଣ ଜାଣନ୍ତୁ

ଆସାମ/ତେଜ୍‌ପୁର (ଓଡ଼ିଆ ପୁଅ) କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଆଜି ଆସାମର ତେଜପୁରରେ ନିର୍ବାଚନ ମହାରାଲି କରିଛନ୍ତି। ଏହା ପୂର୍ବରୁ ସେ ଆଜି ଚା’ ବଗିଚାରେ ଶ୍ରମିକଙ୍କ ସହ ଚା’ ପତ୍ର ତୋଳୁଥିବାର ଦେଖାଯାଇଥିଲା। ଏହା ପରେ ସେ ଆସାମର ତେଜପୁରର ମହାଭୈରବ ମନ୍ଦିରରେ ପରିଦର୍ଶନ କରିଥିଲେ। ଏହି ପ୍ରାଚୀନ ମନ୍ଦିରରେ ଦେଶର ସବୁଠାରୁ ବଡ ଶିବ ଲିଙ୍ଗ ଅଛି।

ଆସାମର ତେଜପୁରରେ ପାର୍ଟି ରାଲିରେ ବିଳମ୍ବ ହେବାପରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଞ୍ଚ ଆଡକୁ ଦୌଡୁଥିବାର ନଜର ଆସିଥିଲେ।

ଆସାମର ଜନଜାତି, ଧରିତ୍ରୀର ଜୟକାର କରି ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ। ଶ୍ରମିକ ଯେଉଁମାନେ ଖରାରେ କାମ କରୁଛନ୍ତି ତାଙ୍କର ଜୟକାର କରିଥିଲେ। କିଛି ମହାପୁରୁଷଙ୍କର ନାମ ଧରି ପ୍ରିୟଙ୍କା କହିଥିଲେଯେ, ଭାଜପାର ନେତା ଏହି ମହାପୁରୁଷଙ୍କର ନାମ ନିଅନ୍ତି ନାହିଁ। ଆସାମର ଅସ୍ତିତ୍ୱ ପ୍ରତି ଆକ୍ରମଣ କରିଛନ୍ତି। ବିଜେପି କହିଥିଲାଯେ, ଆସାମରେ ସିଏଏ (କା) ଲାଗୁ ହେବ ନାହିଁ। କିନ୍ତୁ ବିଜେପି ଏହାର ବିପରିତ କରିଥିଲା। ପ୍ରଧାନମନ୍ତ୍ରୀ ବନ୍ୟା ସମୟରେ ଆସିନଥିଲେ। ନିର୍ବାଚନ ବେଳେ ଆସୁଛନ୍ତି। ଆସାମରେ ସିଏଏ ବିରୁଦ୍ଧରେ ଆନ୍ଦୋଳନ ସମୟରେ ମଧ୍ୟ କେନ୍ଦ୍ରରୁ କୌଣସି ବିଜେପି ନେତା ଆସାମ ଆସିନଥିଲେ। ନିର୍ବାଚନ ପୂର୍ବରୁ ସିଏଏ ଲାଗୁ କରାଯିବ ନାହିଁ ବୋଲି କହିଥିଲେ ଭାରତୀୟ ଜନତା ପାର୍ଟିର ନେତାମାନେ। କିନ୍ତୁ ସିଏଏ କୁ ପାର୍ଲାମେଣ୍ଟରେ ଆଣିଲେ ଏବଂ ପାସ୍‌କଲେ। ନିର୍ବାଚନ ପୂର୍ବରୁ କହିଥିଲେ ଜାତି, ମାଟିର ରକ୍ଷା କରିବେ। ସିଏଏ (କା) ପାଶ୍‌କରିବେନି। ଗତ ପାଞ୍ଚ ବର୍ଷରେ ଆପଣଙ୍କ ଉପରେ ଯେତେବେଳେ ସଂଙ୍କଟ ଆସିଲା ସେତେବେଳେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ରହିଥିଲେ ଆସାମ ଆସିନଥିଲେ। ବନ୍ୟା ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଏହାକୁ ରାଷ୍ଟ୍ରୀୟ ସଂକଟ ଘୋଷଣା କଲେ ନାହିଁ। ଦେଶରେ ପ୍ରଧାନମନ୍ତ୍ରୀ ବୁଲିବୁଲି ସିଏଏର ବାର୍ତ୍ତା ବାଣ୍ଟୁଥିଲେ। କିନ୍ତୁ ଆସାମରେ ଚୁପ୍‌ରହିଲେ। ୨୫ ଲକ୍ଷ ଗୋଜଗାର ଦେବାକୁ କହିଥିଲେ ୮୦ ହଜାର ଲୋକଙ୍କୁ ବି ରୋଜଗାର ଦେଇପାରିଲେ ନାହିଁ। ପେଟ୍ରୋଲ ଦର ଉପରେ ନିଜର ବକ୍ତବ୍ୟ ରଖି ବେଶ୍ ବିଜେପି ଉପରେ ବର୍ଷିଥିଲେ। ଏହା ସହିତ ସେ ଆସାମରେ କଂଗ୍ରେସ ସରକାର ଆସିଲେ ୫ଟି ଗ୍ୟାରେଣ୍ଟି ଦେଇଛନ୍ତି ଏହା କଂଗ୍ରେସ ସରକାର ପୂରଣ କରିବ ବୋଲି କହିଥିଲେ ଏବଂ କଂଗ୍ରେସର ହାତକୁ ମଜଭୁତ କରିବା ପାଇଁ ନିବେଦନ କରିଥିଲେ।

ଗ୍ୟାରେଣ୍ଟି – କଂଗ୍ରେସ ଶାସନ ଆସିଲେ,
୧ – ସିଏଏ ଲାଗୁ ହେବ ନାହିଁ।
୨ – ବିଜୁଳିର ୨୦୦ ୟୁନିଟ୍‌ମାଗଣା ମିଳିବ ପ୍ରତ୍ୟେକ ମାସରେ।
୩ – ମହିଳାଙ୍କୁ ୨୦୦୦ ହଜାର ଟଙ୍କା ପ୍ରତ୍ୟେକ ମାସ ଗୃହିଣୀ ସମ୍ମାନ ମିଳିବ।
୪- ଚା’ ବଗିଚାରେ କାମ କରୁଥିବା ମହିଳାଙ୍କ ପାଇଁ ୩୬୫ ଟଙ୍କାର ବେତନ ମିଳିବ।
୫ – ୫ ଲକ୍ଷ ସରକାରୀ ନିଯୁକ୍ତି ମିଳିବ।