Odiapua.com

ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ସ୍ମୋକିଂ ପାଇଁ ଟ୍ରୋଲ

ନୂଆଦିଲ୍ଲୀ, ୨୨/୭, (ଓଡିଆ ପୁଅ/ପଙ୍କଜିନୀ ନାୟକ) : ବଲିଉଡ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା। ନିଜର ଚମତ୍କାର ଅଭିନୟ ପାଇଁ ସେ ବଲିଉଡ୍ ଛଡ଼ା ହଲିଉଡ୍ ରେ ମଧ୍ୟ ବେଶ୍ ପରିଚିତ। ସୋସିଆଲ ମିଡ଼ିଆ ରେ ପ୍ରିୟଙ୍କାଙ୍କ ଗତି ବିଧି ଉପରେ ତାଙ୍କ ଫ୍ୟାନ ସବୁବେଳେ ନଜର ରଖିଥାନ୍ତି। ସେମାନଙ୍କ ମଧ୍ୟରେ ଏମିତି କିଛି ଫ୍ୟାନ ଅଛନ୍ତି, ଯିଏ ତାଙ୍କୁ ଟ୍ରୋଲ କରିବା ପାଇଁ ବାସ୍ ସୁଯୋଗ ଖୋଜିଥାନ୍ତି। ତେବେ ଏହାରି ଭିତରେ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ସ୍ମୋକିଂ ପାଇଁ ଟ୍ରୋଲ ହୋଇଛନ୍ତି।

ପୋଷ୍ଟ ବାର୍ଥ ଡେ ସେଲିବ୍ରେସନ ସମୟର ଏକ ଫଟୋ ରେ ସେ ନିଜ ଫ୍ୟାମିଲି ସହ ନଜର ଆସିଛନ୍ତି ଏବଂ ସେଥିରେ ପ୍ରିୟଙ୍କା ସ୍ମୋକିଂ କରିବା ସହ ନିକ୍ ଏବଂ ପ୍ରିୟଙ୍କାଙ୍କ ମାଁ ମଧ୍ୟ ସ୍ମୋକିଂ କରୁଥିବା ଦେଖିବାକୁ ମିଳିଛି। ଏକ ଇଣ୍ଟରଭ୍ୟୁରେ ପ୍ରିୟଙ୍କା କହିଥିଲେ ଯେ ତାଙ୍କର ଆସ୍ଥମା ରୋଗ ରହିଛି ଓ ଦୀପାବଳୀ ଭଳି ପବିତ୍ର ଅବସରରେ ବାଣ ନ ଫୁଟାଇବାକୁ ସେ ଫ୍ୟାନ ମାନଙ୍କୁ କୁହନ୍ତି। ମାତ୍ର ଏ ସବୁ ଏକ ପ୍ରକାର ଦେଖାଣିଆ ବୋଲି ତାଙ୍କ ଫ୍ୟାନ କହିଛନ୍ତି।