Odiapua.com

ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଦି ହ୍ୱାଇଟ ଟାଇଗର’ – ଓସ୍କାର ନୋମିନି ଲିଷ୍ଟରେ ମିଳିଲା ସ୍ଥାନ

ନୂଆ ଦିଲ୍ଲୀ ୧୬-୩ (ଓଡ଼ିଆ ପୁଅ) ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ପ୍ରିୟଙ୍କାଙ୍କ ଫିଲ୍ମ ‘ହ୍ୱାଇଟ ଟାଇଗର’ ଓସ୍କାର ନୋମିନି ଲିଷ୍ଟରେ ସ୍ଥାନ ପାଇଛି। ୯୩ ତମ ଏକାଡେମୀ ପୁରସ୍କାର ଅର୍ଥାତ୍ ଓସ୍କାର ୨୦୨୧ ପାଇଁ ନାମାଙ୍କନ ଘୋଷଣା କରାଯାଇଛି। ମାର୍ଚ୍ଚ ୫ ରେ ନିକ ଜୋନାସ ପ୍ରିୟଙ୍କା ଚୋପ୍ରା ଲଣ୍ଡନରୁ ଓସ୍କାର ନାମାଙ୍କନ ଘୋଷଣା କରିଥିଲେ। ବିଶେଷ କଥା ହେଉଛି ଚଳଚ୍ଚିତ୍ର ‘ଦି ହ୍ୱାଇଟ୍‌ ଟାଇଗର’ ଆଡାପ୍ଟଟେଡ୍ ସ୍କ୍ରିନ୍ ସ୍କ୍ରିପ୍ ବର୍ଗରେ ନାମାଙ୍କନ ପାଇଛି। ସୂଚନାଯୋଗ୍ୟଯେ, ପ୍ରିୟଙ୍କା ଚୋପ୍ରା ଏହି ଚଳଚ୍ଚିତ୍ରର କାର୍ଯ୍ୟନିର୍ବାହୀ ନିର୍ମାତା। ଦେଶୀ ଝିଅ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ଓସ୍କାର ନାମାଙ୍କନ ଉପସ୍ଥାପନ କରିଥିଲେ।

ଏହି ସମୟରେ ନିକ ଜୋନାସ ଟ୍ୱିଟରରେ କିଛି ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ପ୍ରିୟଙ୍କା ଚୋପ୍ରାଙ୍କ ସହ ଓସ୍କାର ଟ୍ରଫି ଚୋରି କରୁଥିବା ନଜର ଆସିଛନ୍ତି। ଫଟୋ ସେୟାର କରିବାବେଳେ ନିକ୍ ଜୋନାସ୍ ଲେଖିଥିଲେ, ‘ଆଜି ସକାଳେ ମୁଁ ଏହି ସୁନ୍ଦର ମହିଳାଙ୍କ ସହ #ଦି ହ୍ୱାଇଟ ଟାଇଗର’ ଚଳଚ୍ଚିତ୍ର ନିର୍ମାଣ କରିଥିବା #ଓସ୍କାର ନୋମିନେସନ୍ସ ଘୋଷଣା ହୋଇଥିବା ଜାଣିବାକୁ ପାଇଲି। ଏହି ଦଳକୁ ଅଭିନନ୍ଦନ ମୁଁ ୨୫ ଏପ୍ରିଲରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ଏହା ଦେଖିବି।

ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ଏହି ଟ୍ୱିଟକୁ ରିଟ୍ୱିଟ କରି ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି ଯେ ‘ମୋ ନିଜ ଓସ୍କାର! ଏହି ମୁହୂର୍ତ୍ତକୁ ତୁମ ସହିତ ସେୟାର କରି ମୁଁ ବହୁତ ଖୁସି। @ନିକଜୋନାସ୍ ମୁଁ ତୁମକୁ ଭଲ ପାଏ। ୨୫ ଏପ୍ରିଲରେ ୯୩ ତମ ଓସ୍କାର ପୁରସ୍କାର ଘୋଷଣା କରାଯିବ। #OscarNoms’।