Odiapua.com

ପ୍ରିୟଙ୍କାଙ୍କ ପ୍ରଥମ କରବା ଚୌଥ: ପ୍ରଥମ ଶ୍ରେଣୀ ପିଲା କହି କାହିଁକି ମଜା ଉଡ଼ାଉଛନ୍ତି ଫ୍ୟାନ୍ସ?

ମୁମ୍ବାଇ: ଦେଶୀ ଗାର୍ଲ ବଲିଉଡ୍ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା ବିବାହ ପରେ ତାଙ୍କର ପ୍ରଥମ କରବା ଚୌଥ ପାଳିଛନ୍ତି।ଏବଂ ଏ’ ନେଇ ପତ୍ନୀ ପ୍ରିୟଙ୍କାଙ୍କ ସହ ନିଜର ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି ହଲିଉଡ୍ ଷ୍ଟାର୍ ନିକ୍ ଜନ୍ସ୍।ତେବେ, ନିକ୍ ଫଟୋ ସହ ଲେଖିଥିବା କ୍ୟାପ୍ସନକୁ ନେଇ ଟ୍ୱିଟରରେ ମଜା ଉଡ଼ାଉଛନ୍ତି ଫଲୋର୍ସ।ନିକଙ୍କୁ ଯେତିକି ନୁହେଁ, ପ୍ରିୟଙ୍କାଙ୍କୁ ପିଲାଳିଆ, ପ୍ରଥମ ଶ୍ରେଣୀ ପିଲା କହୁଛନ୍ତି ଫ୍ୟାନ୍ସ।ଫଟୋ କ୍ୟାପ୍ସନରେ ନିକ୍ ଲେଖିଛନ୍ତି, “ମୋ ପତ୍ନୀ ଭାରତୀୟ।ସେ ହିନ୍ଦୁ।ଏବଂ ସେ ପ୍ରତ୍ୟେକ ଦୃଷ୍ଟିକୋଣରୁ ଅତୁଳନୀୟ।ସେ ମୋତେ ତାଙ୍କ ସଂସ୍କୃତି ଏବଂ ଧର୍ମ ବାବଦରେ ବହୁତ କିଛି ଶିଖାଇଛନ୍ତି।ମୁଁ ତାଙ୍କୁ ବହୁତ ଭଲ ପାଏ, ଏବଂ ପ୍ରଶଂସା କରେ।ଏବଂ ଯେପରି ଆପଣ ଦେଖି ପାରୁଥିବେ ଆମେ ଏକତ୍ର ମଜା କରୁଛୁ।ସମସ୍ତଙ୍କୁ କରୱା ଚୌଥର ଅଭିନନ୍ଦନ।”

ତେବେ, ନିକଙ୍କ ଏପରି କ୍ୟାପ୍ସନକୁ ନେଇ ଫ୍ୟାନ୍ସ କହୁଛନ୍ତି, ଏହା କୌଣସି ପ୍ରଥମ ଶ୍ରେଣୀ ଛାତ୍ରର ରଚନା ଲିଖନ ପରି।ଏବଂ ଏହା ସହ ଫ୍ୟାନ୍ସ କହୁଛନ୍ତି ଏହା କେବେ ନିକ୍ ଲେଖିନଥିବେ।ପ୍ରିୟଙ୍କା ନିଶ୍ଚୟ ନିକଙ୍କ ଟ୍ୱିଟର ଆକାଉଣ୍ଟରେ ଏପରି ଲେଖିଛନ୍ତି।ଅନେକ ଫ୍ଲଲୋର୍ସ ମଜା ଉଡ଼ାଇବାକୁ ଯାଇ ପିଲାବେଳେ ଲେଖାଯାଉଥିବା ରଚନାର ଅଂଶ ଲେଖୁଛନ୍ତି।//ଦେବଦତ୍ତ ରଥ