Odiapua.com

ପୃଥ୍ଵୀ ଶ ଡୋପ ଟେଷ୍ଟରେ ଫେଲ, ଲାଗିଲା ବ୍ୟାନ

ନୂଆ ଦିଲ୍ଲୀ ୩୦-୭ (ଓଡ଼ିଆ ପୁଅ) ଭାରତୀୟ କ୍ରିକେଟ ଟିମର ଭବିଷ୍ୟତର ତାରକା ପୃଥ୍ଵୀ ଶ ଡୋପ ଟେଷ୍ଟରେ ଫେଲ ହୋଇଛନ୍ତି। ପୃଥ୍ଵୀ ଶ ଙ୍କ ଉପରେ ୧୫ ନଭେମ୍ବର  ପର୍ଯ୍ୟନ୍ତ ପାଇଁ ବ୍ୟାନ୍ ଲଗା ଦିଆଯାଇଛି। ତାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ୧୬ ମାର୍ଚ୍ଚରୁ ଆରମ୍ଭ ହୋଇଯାଇଛି ଯାହାକି ୧୫ ନଭେମ୍ବର ପର୍ଯ୍ୟନ୍ତ ରହିବ। ୮ ମାସ ପାଇଁ ତାଙ୍କ ଉପରେ ପ୍ରତି ବନ୍ଧକ ଲଗାଯାଇଛି। ଶ ପୂର୍ବରୁ ହିଁ ଆହତ ଯୋଗୁଁ ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ଏହା କାରଣରୁ ତାଙ୍କୁ ୱେଷ୍ଟଇଂଡିଜ ଗସ୍ତ ପାଇଁ ମନୋନୀତ କରାଯାଇନଥିଲା। ଇନ୍ଦୋରରେ ସୈୟଦ ମୁଶ୍ତାକ ଅଲୀ ଟ୍ରଫି ସମୟରେ ୨୨ ଫେବୃଆରୀ ୨୦୧୯ରେ ପୃଥ୍ଵୀ ଶଙ୍କର ୟୁରୀନ ସାମ୍ପୁଲ ନିଆଯାଇଥିଲା। ଏଥିରେ ପ୍ରତିବଂଧିତ ପଦାର୍ଥ ମିଳିଥିଲା।

ପୃଥ୍ଵୀ ଶଙ୍କର ୟୁରୀନ ସାମ୍ପୁଲ୍ ରୁ ଯେଉଁ ପ୍ରତିବନ୍ଧିତ ପଦାର୍ଥ ମିଳିଥିଲା ତାହାର ନାମ ଟ୍ୟୁଟେଲାଇନ ଅଟେ, ଯାହାର ବ୍ୟବହାର କଫ ସିରପରେ କରାଯାଉଛି। ଏହି ପଦାର୍ଥ ବାଡାଙ୍କର ପ୍ରତିବନ୍ଧିତ ପଦାର୍ଥ ସୂଚୀରେ ସାମିଲ ଅଟେ।

ବିସିସିଆଇର ରିଲିଜ ମୁତାବକ, ୧୬ ଜୁଲାଇ ୨୦୧୯ ରେ ପୃଥ୍ଵୀ ଶ ଙ୍କୁ ଆଣ୍ଟି ଡୋପିଙ୍ ରୁଲ ଭାଓଲେସନ (ADRV) ଏବଂ ବିସିସିଆଇ ଆଣ୍ଟି ଡୋପିଂଗ ରୁଲ୍ସ (ADR) ର ଧାରା ୨.୧ ର ଉଲ୍ଲଂଘନରେ ଦୋଷୀ ଦେଖାଯାଇଥିଲା। ପୃଥ୍ଵୀ ଶ ତା’ର ସେବନର ବ୍ୟବହାର କରିଥିବା କଥା ମାନିଛନ୍ତି, କିନ୍ତୁ ଏହା ସହିତ କହିଛନ୍ତି କି ସେ କାଶ ରୋକିବା ପାଇଁ କଫ ସିରପର ବ୍ୟବହାର କରିଥିଲେ।