Odiapua.com

ଗୁଜୁରାଟକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୀପାବଳି ଉପହାର : ଘୋଘା ଏବଂ ହାଜିରା ମଧ୍ୟରେ ରୋ-ପ୍ୟାକ୍ସ ସେବା ଆରମ୍ଭ

ନୂଆ ଦିଲ୍ଲୀ ୦୮ ନଭେମ୍ବର (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟକୁ ଦୀପାବଳି ଉପହାର ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋ ପ୍ୟାକ୍ସ ଫେରି ସେବା ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ତଥା ଅନ୍ୟାନ୍ୟ ଜନ ପ୍ରତିନିଧୀଙ୍କ ଉପସ୍ଥିତିରେ ଭାବନଗର ଘୋଘା ମଧ୍ୟରେ ସୁରଜାର ହାଜିରା ଆଦାନୀ ବନ୍ଦର ପର୍ଯ୍ୟନ୍ତ ରୋପାକ୍ସ ଫେରି ଉଦଘାଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଘୋଘା ଏବଂ ହାଜିରା ମଧ୍ୟରେ ରୋ-ପ୍ୟାକ୍ସ ସେବା ଆରମ୍ଭ ହେବା ସହିତ ଉଭୟ ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟର ଲୋକଙ୍କ ସ୍ୱପ୍ନ ପୂରଣ ହୋଇଛି, ବର୍ଷ ବର୍ଷ ଧରି ଅପେକ୍ଷା ଶେଷ ହୋଇଛି।

ବର୍ତ୍ତମାନ ଏହି ଦୂରତା ସମୁଦ୍ରପଥରେ ମାତ୍ର ୪ ଘଣ୍ଟା ମଧ୍ୟରେ ଯାତ୍ରା କରାଯାଇପାରିବ – ପୂର୍ବରୁ ସଡ଼କ ପଥରେ ୧୦-୧୨ ଘଣ୍ଟା ଲାଗୁଥିଲା

ଏହି ରୋପେକ୍ସ ଫେରୀ, ୫୦ ଟି ଟ୍ରକ୍ କିମ୍ବା ବସ୍ ଏବଂ ୧୦୦ ଟି କାର୍ କୁ ଘୋଘାରୁ ହାଜିରା ବନ୍ଦରକୁ ଯାତ୍ରୀ କିମ୍ବା ସାମଗ୍ରୀ ପରିବହନ କରାଯାଇପାରିବ।

ଏହି ସେବା ସହିତ, ବର୍ତ୍ତମାନ ଘୋଘା ଏବଂ ହାଜିରା ମଧ୍ୟରେ ରାସ୍ତାର ଦୂରତା ୩୭୫ କିଲୋମିଟର, ଏହା ସମୁଦ୍ର ପଥରେ ମାତ୍ର ୯୦ କିଲୋମିଟର ଦୂରରେ ରହିବ। ତାହା ହେଉଛି, ଯେଉଁ ଦୂରତା ୧୦ ରୁ ୧୨ ଘଣ୍ଟା କଭର୍ କରିବାକୁ ଲାଗୁଥିଲା, ବର୍ତ୍ତମାନ ସେହି ଯାତ୍ରାରେ ୩-୪ ଘଣ୍ଟା ଲାଗିବ। ଏହା କେବଳ ସମୟ ବଞ୍ଚାଇବା ସହିତ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ।

“ଗୁଜୁରାଟରେ ରୋ-ପ୍ୟାକ୍ସ ଫେରି ସେବା ଭଳି ସୁବିଧା ବିକାଶ ପାଇଁ ବହୁ ପରିଶ୍ରମ କରିବାକୁ ପଡିଛି, ଅନେକ ଅସୁବିଧା ବାଟ ଦେଇ ଆସିଛି। ମୁଁ ସେହି ସମସ୍ତ ସହକର୍ମୀ, ସମସ୍ତ ଇଞ୍ଜିନିୟର୍, ଶ୍ରମିକମାନଙ୍କୁ, ଯେଉଁମାନେ ସାହସର ସହିତ କାର୍ଯ୍ୟ କରିଆସିଛନ୍ତି ସେମାନଙ୍କ ମୁଁ କୃତଜ୍ଞତା ଜଣାଉଛି।” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।