Odiapua.com

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆ ଦିଲ୍ଲୀ ୨୩-୬ (ଓଡ଼ିଆ ପୁଅ) ଭଗବାନ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରାର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଚା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି ପ୍ରକାଶ କରିଛନ୍ତିଯେ, “ଭଗବାନ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରାର ଶୁଭ ଅବସରରେ ସମସ୍ତଙ୍କୁ ମୋର ହୃଦୟରୁ ଶୁଭେଚ୍ଛା। ମୁଁ ଆଶା କରୁଛି ସମ୍ମାନ ଏବଂ ଭକ୍ତି ସହ ପରିପୂର୍ଣ୍ଣ ଏହି ଯାତ୍ରା ଦେଶବାସୀଙ୍କ ଜୀବନରେ ସୁଖ, ସମୃଦ୍ଧି, ଶୁଭଫଳ ଏବଂ ସ୍ୱାସ୍ଥ୍ୟ ଆଣୁ। ଜୟ ଜଗନ୍ନାଥ!”