Odiapua.com

ବାର୍ଥ ଡେ’ ଗିଫ୍ଟ ଆକାରରେ ମୋଦି ମାଗିଛନ୍ତି ୫ଟି ଜିନିଷ: ଜାଣନ୍ତୁ କ’ଣ ସବୁ ସେହି ଜିନିଷ; ଦେଇପାରିବେ ?

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ ଥିଲା। ଏହି ଅବସରରେ ଦେଶର ବିଭିନ୍ନ ସ୍ତରର ମାନ୍ୟଗଣ୍ୟ ବ୍ୟକ୍ତି ମୋଦିଜୀଙ୍କ ଜନ୍ମଦିନରେ ତାଙ୍କୁ ଅଭିବାଦନ ଜଣାଇଥିଲେ। ରାଜନେତା, କ୍ରୀଡ଼ାବିତ୍, ସିନେ କଳାକାରଙ୍କ ବ୍ୟତୀତ ଦେଶବାସୀ ମଧ୍ୟ ତାଙ୍କ ଜନ୍ମଦିନରେ ପିଏମ ମୋଦୀଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି। ତେବେ ୧୭ ତାରିଖ ବିଳମ୍ବିତ ରାତିରେ ତାଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କଠାରୁ କିଛି ଜିନିଷ ପାଇଁ ଦାବି କରିଛନ୍ତି। ଗୁରୁବାର ରାତିରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଏଥିରେ ଲେଖିଛନ୍ତି, ଯେହେତୁ ଅନେକେ ପଚାରିଛନ୍ତି ଯେ ମୋର ଜନ୍ମଦିନ ଅବସରରେ ମୁଁ କ’ଣ ଚାହୁଁଛି, ତେଣୁ ମୁଁ ବର୍ତ୍ତମାନ ଏହା ସବୁ ଚାହୁଁଛି କହି ପିଏମ୍ ମୋଦୀ ତାଙ୍କ ଟ୍ୱିଟରେ କିଛି ଜିନିଷ ମାଗିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ ମାଧ୍ୟମରେ କରୋନା ବିରୋଧରେ ଭଲ ଭାବରେ ଲଢ଼େଇ ପାଇଁ ଭାରତବାସୀଙ୍କ ଠାରୁ ପାଞ୍ଚଟି ଜିନିଷ ଦାବି କରିଛନ୍ତି। ସର୍ବପ୍ରଥମେ ସେ ଲେଖିଛନ୍ତି, ମାସ୍କ ବ୍ୟବହାର କରନ୍ତୁ ଏବଂ ଏହାକୁ ସଠିକ୍ ଭାବରେ ପରିଧାନ କରନ୍ତୁ। ସୂଚନାଯୋଗ୍ୟ, ଆଇସିଏମଆର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଅନେକ ଥର କହିଛନ୍ତି ଯେ ମାସ୍କ ପିନ୍ଧିବାରେ ଅବହେଳା ଯୋଗୁଁ ଦେଶରେ କରୋନା ରୋଗର ନୂଆ ମାମଲା ବୃଦ୍ଧି ପାଉଛି। ଏହି କାରଣରୁ ପିଏମ ମୋଦୀ ମଧ୍ୟ ଏହି ଅବସରରେ ଦେଶର ଲୋକଙ୍କ ଠାରୁ ଏହି ଦାବୀ ରଖିଛନ୍ତି। ଦେଶବାସୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦ୍ୱିତୀୟ ଦାବୀ ହେଉଛି, “ସାମାଜିକ ଦୂରତାକୁ ଅନୁସରଣ କରନ୍ତୁ। “ଦୁଇ ଗଜ ଦୂରତା” ମନେ ରଖନ୍ତୁ। ପିଏମ ମୋଦୀଙ୍କ ତୃତୀୟ ଦାବୀ ହେଉଛି, “ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରୁହନ୍ତୁ”। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚତୁର୍ଥ ଦାବୀ ହେଉଛି, “ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରନ୍ତୁ।” ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶେଷ ତଥା ପଞ୍ଚମ ଚାହିଦା ହେଉଛି, “ଆମ ଗ୍ରହକୁ ସୁସ୍ଥ କରିବା।” ଅର୍ଥାତ୍ ପ୍ରଧାନମନ୍ତ୍ରୀ ମୋଦୀ କରୋନା ବିରୋଧରେ ଲଢ଼େଇ ସହ ଗ୍ରହକୁ ସୁସ୍ଥ କରିବା ବାହାନାରେ ପରିବେଶ ସୁରକ୍ଷା ପ୍ରତିଜ୍ଞା ମଧ୍ୟ ଚାହୁଁଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ଦେଶ ତଥା ବିଦେଶର ଅଭିନନ୍ଦନ ବାର୍ତ୍ତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ନିଜ ଟ୍ୱିଟରେ ଲେଖିଛନ୍ତି, “ମୋତେ ଅଭିନନ୍ଦନ ଜଣାଇଥିବା ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ ଅଟେ। ଏହି ଅଭିନନ୍ଦନ ମୋତେ ମୋର ସାଥୀ ନାଗରିକଙ୍କୁ ସେମାନଙ୍କ ଜୀବନର ଉନ୍ନତି ଦିଗରେ ସେବା କରିବାକୁ ଶକ୍ତି ପ୍ରଦାନ କରିବ। /- DevDr