Odiapua.com

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଖାତାଧାରୀଙ୍କୁ ବୀମା ସୁବିଧା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ- ଧନ ଯୋଜନା (ପିଏମଜେଡିୱାଇ) ଅଧୀନରେ ଆକାଉଣ୍ଟଧାରୀଙ୍କୁ ୧ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧା ସହିତ ଏକ ମାଗଣା ରୁପେ ଡେବିଟ୍ କାର୍ଡ ପ୍ରଦାନ କରାଯାଇଛି । ୨୮, ୦୮, ୨୦୧୮ ପରେ ଖୋଲାଯାଇଥିବା ପିଏମଜେଡିୱାଇ ଆକାଉଣ୍ଟଧାରୀଙ୍କ ବୀମା ରାଶିକୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏହି ସୂଚନା ଦେଇଛନ୍ତି।

ଅଧିକ ବିବରଣୀ ପ୍ରଦାନ କରି ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଯୋଗ୍ୟ ତଥା ଇଚ୍ଛୁକ ପିଏମଜେଡିୱାଇ ଆକାଉଣ୍ଟଧାରୀ ମାନେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିୱାଇ) ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ) ଅଧୀନରେ ପଞ୍ଜିକୃତ ହୋଇ ପାରିବେ। ପିଏମଏସବିୱାଇ ଅଧୀନରେ ଦୁର୍ଘଟଣା ବୀମାଭୁକ୍ତ ୧୮ ବର୍ଷରୁ ୭୦ ବର୍ଷ ବୟସ ବର୍ଗରେ ନାମ ଲେଖାଇଥିବା ହିତାଧିକାରୀଙ୍କୁ କେବଳ ବାର୍ଷିକ ୧୨ ଟଙ୍କା ପ୍ରିମିୟମ ସହିତ ୨ ଲକ୍ଷ ଟଙ୍କାର ବୀମା ସୁବିଧା ପ୍ରଦାନ କରାଯାଇଛି। ଏହି ବାର୍ଷିକ ୧୨ ଟଙ୍କା ପ୍ରିମିୟମକୁ ଆକାଉଣ୍ଟଧାରୀଙ୍କ ସମ୍ମତି ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅଟୋ- ଡେବିଟ୍ ମାଧ୍ୟମରେ ନିଆଯାଉଛି।

ସେହିଭଳି ପିଏମଜେଜେବିୱାଇ ଅଧୀନରେ, ଜୀବନ ବୀମାଭୁକ୍ତ ପାଇଁ ୧୮ ବର୍ଷରୁ ୫୦ ବର୍ଷ ବୟସ ବର୍ଗରେ ପଞ୍ଜିକୃତ ହିତାଧିକାରୀଙ୍କୁ ବାର୍ଷିକ ୩୩୦ ଟଙ୍କା ପ୍ରିମିୟମ ମାଧ୍ୟମରେ ୨ ଲକ୍ଷ ଟଙ୍କାର ବୀମା ସୁବିଧା ପ୍ରଦାନ କରାଯାଇଛି। ଏହି ବାର୍ଷିକ ୩୩୯ ଟଙ୍କା ପ୍ରିମିୟମକୁ ଆକାଉଣ୍ଟଧାରୀଙ୍କ ସମ୍ମତି ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅଟୋ ଡେବିଟ୍ ମାଧ୍ୟମରେ ନିଆଯାଉଛି। -@DevDr