Odiapua.com

କରୋନାରେ ପ୍ରବାସୀ ଓଡ଼ିଆ ପ୍ରେମାନନ୍ଦ ସ୍ୱାଇଁଙ୍କର ମୃତ୍ୟୁ

ନୂଆ ଦିଲ୍ଲୀ ୨୬-୪ (ଓଡ଼ିଆ ପୁଅ) କରୋନାରେ ଆଉଜଣେ ପ୍ରବାସୀ ଓଡ଼ିଆ ତଥା ସହୃଦୟୀ ଏବଂ ବହୁ ଅନୁଷ୍ଟାନ ସହ ସଂସ୍ଲିଷ୍ଟ ତଥା ପରୋପକାରୀ ପ୍ରେମାନନ୍ଦ ସ୍ୱାଇଁଙ୍କର ମୃତ୍ୟୁ ହୋଇଛି। ସ୍ୱାଇଁ ବାବୁ ନୂଆ ଦିଲ୍ଲୀର ଶାହାପୁର ଜାଠରେ ଥିବା ଜଗନ୍ନାଥ ପ୍ରିଟିଙ୍ଗ ପ୍ରେସର ପ୍ରତିଷ୍ଠାତା। ସେ କୋରୋନାର ଶିକାର ଥିଲେ।
ଜଣେ ସରଳ, ନିଷ୍କପଟ ପ୍ରବାସୀ ଓଡ଼ିଆ ଭାବରେ ସେ ପରିଚିତ ଥିଲେ। ଦିଲ୍ଲୀ ଶାହାପୁରଜାଠ ସ୍ଥିତ ଉତ୍କଳ ଦୁର୍ଗାପୂଜା କମିଟିର ଉପସଭାପତି ଥିବା ସହିତ ଅନେକ ଅନୁଷ୍ଠାନରେ ସେ ସଦସ୍ୟ ମଧ୍ୟ ଥିଲେ।

ଶ୍ରୀ ସ୍ୱାଇଁ କରୋନା ସଂକ୍ରମିତ ହେବାର ୪ ଦିନ ପରେ ତାଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇଯାଇଥିଲା। ଦିଲ୍ଲୀରେ ଏବେ କରୋନା ଉଗ୍ର ରୂପ ଧାରଣ କରିଛି। ହସ୍ପିଟାଲରେ ଶଯ୍ୟା ନାହିଁ, ଶଯ୍ୟାଥିଲେ ଅକ୍ସିଜେନ୍ ନାହିଁ। ଏପରି ଅବସ୍ଥାରେ କୌଣସି ସରକାରୀ ଡାକ୍ତରଖାନାରେ ଶଯ୍ୟା ଉପଲବ୍ଧ ନହେବା ଯୋଗୁଁ ତାଙ୍କୁ ଗତ କାଲି ଜନକପୁରୀ ସ୍ଥିତ ପଙ୍ଖା ରୋଡ ସ୍ଥିତ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ, ଶ୍ରୀ ସ୍ୱାଇଁଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ପୁତ୍ର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।