Odiapua.com

ପ୍ରେମଲତା ହେଲେ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା

ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପିର ବରିଷ୍ଠ ନାରୀ ନେତ୍ରୀ ପ୍ରେମଲତା କର ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥାନ ପାଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ କୁମାର ମହାନ୍ତିଙ୍କ ଅନୁମୋଦନ କ୍ରମେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରେମଲତା କରଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବରେ ମନୋନୀତ କରିଛନ୍ତି। ପ୍ରେମଲତା କର ଭଦ୍ରକ ଜିଲ୍ଲା ବିଜେପିରେ ଦୀର୍ଘଦିନ ହେଲା ଦଳ ପାଇଁ ସମର୍ପିତ ଭାବରେ କାମ କରି ଆସୁଛନ୍ତି।
-/Dev@Dr