Odiapua.com

ପ୍ରଜ୍ଞା ଠାକୂରଙ୍କ ସହ ପ୍ରତାପ ଷଢ଼ଙ୍ଗୀଙ୍କ ସାକ୍ଷାତ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶରେ ଆୟୋଜିତ ୨୯ତମ ଇଣ୍ଡିଆନ ଭେଟନାରୀ କନ୍ଫରେନ୍ସରେ ଯୋଗଦେବାକୁ ଯିବା ଅବସରରେ କେନ୍ଦ୍ର ପଶୁ ପାଳନ ରାଜ୍ୟ ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କର ଭୋପାଳ ସାଂସଦ ସାଧ୍ଵୀ ପ୍ରଜ୍ଞା ସିଂ ଠାକୂରଙ୍କ ସହିତ ସାକ୍ଷାତ ଆଲୋଚନା ହୋଇଛି।ଭୋପାଳ ଏୟାରପୋର୍ଟରେ ଉଭୟଙ୍କର ସାକ୍ଷାତ ହୋଇଛି।ସୂଚନାଯୋଗ୍ୟ ଯେ ପ୍ରଜ୍ଞା ସିଂ ଠାକୂର ଜଣେ କଟ୍ଟର ହିନ୍ଦୁ ନେତ୍ରୀ ଭାବରେ ପରିଚିତ ଥିବା ବେଳେ ସେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ମହିଳା ବିଭାଗ ଦୁର୍ଗା ବାହିନୀର କାର୍ଯ୍ୟକର୍ତ୍ତା ଥିଲେ।ସେହିପରି ପ୍ରତାପ ଷଡ଼ଙ୍ଗୀଙ୍କର ମଧ୍ୟ ହିନ୍ଦୁତ୍ୱ ଚେହେରା ପରିଚୟ ରହିଥିବା ବେଳେ ସେ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦର ଯୁବା ସଙ୍ଗଠନ ବଜରଙ୍ଗ ଦଳ ଦାୟିତ୍ୱରେ ଥିଲେ।//ଦେବଦତ୍ତ ରଥ

ଗାଈଗୋରୁଙ୍କର ରକ୍ଷା ପାଇଁ ଦେଶରେ ହୋଇପାରେ ଏକ ସମାନ ନୀତି; ଗୋମାତା ହିନ୍ଦୁ କି ମୁସଲିମ ନୁହଁ: ପ୍ରତାପ ଷଢ଼ଙ୍ଗୀ