Odiapua.com

ସ୍ୱଚ୍ଛ ନେତାଙ୍କୁ ସ୍ୱଚ୍ଛତାର ଉପହାର: ବିଭିର୍ଣ୍ଣ ସ୍ଥାନରେ ପ୍ରତାପ ଷଡ଼ଙ୍ଗୀଙ୍କ ଜନ୍ମଦିନ ପାଳିତ

ଭୁବନେଶ୍ୱର:ସ୍ୱଚ୍ଛ ନେତାଙ୍କୁ ସ୍ୱଚ୍ଛତାର ଉପହାର।ଆଜି ଥିଲା ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କର ୬୩ତମ ଜନ୍ମଦିବସ।ପ୍ରତାପଙ୍କ ଜନ୍ମଦିବସକୁ ତାଙ୍କ ଶୁଭେଛୁ ତଥା ବିଜେପି କାର୍ଯ୍ୟକର୍ତ୍ତାମାନେ ବିଭିର୍ଣ୍ଣ ସ୍ଥାନରେ ନିଆରା ଢଙ୍ଗରେ ପାଳନ କରିଛନ୍ତି।ସକାଳୁ ସକାଳୁ ରାଜ୍ୟର ବିଭିର୍ଣ୍ଣ ସ୍ଥାନରୁ ନେତା/ନେତ୍ରୀ କାର୍ଯ୍ୟକର୍ତ୍ତା ତାଙ୍କୁ ଶୁଭେଛା ବାର୍ତ୍ତା ଦେଇଛନ୍ତି।ପ୍ରତାପ ଷଡ଼ଙ୍ଗୀ ଜଣେ ସ୍ୱଚ୍ଛ ନେତା,ତେଣୁ ତାଙ୍କୁ ସ୍ୱଚ୍ଛତାର ଉପହାର ଦେଇଛନ୍ତି ବିଭିର୍ଣ୍ଣ ସ୍ଥାନରେ କାର୍ଯ୍ୟକର୍ତ୍ତା।ତେବେ ଏହା ପ୍ରାୟୋଜିତ ନୁହେଁ।ସ୍ୱଇଚ୍ଛାରେ ବିଭିର୍ଣ୍ଣ ସ୍ଥାନରୁ କାର୍ଯ୍ୟକର୍ତ୍ତା ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତି ଥିବା ଶ୍ରଦ୍ଧା ପ୍ରକଟ କରିଛନ୍ତି।

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଏଥିପାଇଁ ଆୟୋଜିତ ହୋଇଛି ସ୍ଵଛତା କାର୍ଯ୍ୟକ୍ରମ।କାର୍ଯ୍ୟକର୍ତ୍ତା/ଶୁଭେଛୁମାନେ କ୍ୟାପିଟାଲ ହସ୍ପିଟାଲରେ ସଫେଇ ଅଭିଯାନ କରିଛନ୍ତି।ଏଥିରେ ଆଶିଷ ଲେଙ୍କା,ଜଗତ ଜୀବନ ଜେନା,ଶୁଭ୍ରାଂଶୁ ଦାସ,କୈଳାଶ ବିଶ୍ବାଳ,ଦିପକ ଜେନା,ପ୍ରଶାନ୍ତ ସ୍ବାଇଁ,ରାଜେଶ ପୃଷ୍ଟି,ସନ୍ତୋଷ ଜେନା,ମୁକେଶ ବସ୍ତିଆ,ବିସ୍ମୟ ଦାସ ଆଦି ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ସେହିପରି ନାଉଗାଁରେ ମଧ୍ୟ ଆୟୋଜିତ ହୋଇଛି ସଫେଇ କାର୍ଯ୍ୟକ୍ରମ।ଏଥିରେ ସ୍ୱାଗତ କୁମାର ଦାସ,ଦୁର୍ଗା ପ୍ରସାଦ ଆଚାର୍ଯ୍ୟ,ଶ୍ରୀକାନ୍ତ ସ୍ୱାଇଁ,ପବିତ୍ର ବିଶ୍ୱାଳ,ଧ୍ରୁବ ମହାରଣା, ଭିକାରୀ ସ୍ୱାଇଁ,ଦେବଦର୍ଶୀ ରାୟ,ଉମାକାନ୍ତ ମହାପାତ୍ର,ରଶ୍ମୀ ରଞ୍ଜନ କାଣ୍ଡି,ସ୍ମୃତି ରଞ୍ଜନ ଦାସ,ଲିଟନ ମଲ୍ଲିକ,ଜାପାନ ମୁଦୁଲି,ଦେବାଶିଷ ଦାସ ଏବଂ ଜ୍ଞାନ ରଞ୍ଜନ ଦାସ ଆଦି ଉପସ୍ଥିତ ରହି ସଫେଇ ଅଭିଯାନରେ ଅଂଶ ଗ୍ରହଣ କରିଥିଲେ।

କଟକ ଚୌଦ୍ୱାର ପ୍ରେମ ନଗର ବସ୍ତି ଅଞ୍ଚଳକୁ ଯାଇ ପ୍ରତାପଙ୍କ ଜନ୍ମଦିନ ପାଳିଛନ୍ତି କାର୍ଯ୍ୟକର୍ତ୍ତା।କୁନିକୁନି ପିଲାଙ୍କୁ ବିସ୍କୁଟ ବଣ୍ଟନ କରିଛନ୍ତି।ବିକାଶ କୁମାର ସାହୁ,ସରୋଜ ମହାନ୍ତି ଓ ଚୌଦ୍ଵାର କଟକ ବିସ୍ତାରକ କାର୍ତ୍ତିକେଶ୍ଵର ପ୍ରଧାନଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ହୋଇଛି।

କେନ୍ଦୁଝରରେ ଦୀପକ ଜେନାଙ୍କ ସଂଯୋଜନାରେ ଅନଥାଳୟକୁ ଯାଇ ପିଲାମାନଙ୍କୁ ବିସ୍କୁଟ ବଣ୍ଟନ କରି ପ୍ରତାପଙ୍କ ଜନ୍ମଦିନ ପାଳନ କରିବାକୁ କାର୍ଯ୍ୟକର୍ତ୍ତା/ଶୁଭେଛୁ ଶ୍ରେୟ ମଣିଥିବା ବେଳେ,ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଛକଠାରେ ମିଷ୍ଠାନ ବଣ୍ଟନ କରିଛନ୍ତି କାର୍ଯ୍ୟକର୍ତ୍ତା।ଏଥିରେ ମଣ୍ଡଳ ସଭାପତି ସାଗର ବାରିକ,ମିନ କେତନ ଦାସ ଏବଂ ପବିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


ସେହିପରି ସ୍ୱର୍ଣ୍ଣଚୁଡ଼ାଠାରେ ରକ୍ତ ଦାନ,ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ହୋଇଯାଇଛି।ତାପସ କୁମାର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାଃ: ପ୍ରକାଶ ମହାପାତ୍ର,ସତ୍ୟ ବେହେରା,ମୃତ୍ୟୁଞ୍ଜୟ ପ୍ରଧାନ, ସମୁଏଲ ମଲ୍ଲିକ,ଅପର୍ଣ୍ଣା ପ୍ରଧାନ,ବିଘ୍ନେଶ୍ୱର ଦାସ,ମନୋରଞ୍ଜନ ବେହେରା,ଅଭୟ ମିଶ୍ର, ରାଜେନ୍ଦ୍ର ମହାନ୍ତି,ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତାପ ଷଡ଼ଙ୍ଗୀଙ୍କୁ ତାଙ୍କ ଜନ୍ମଦିବସରେ ପ୍ରତାପଙ୍କ ଏକ ତୈଳ ଚିତ୍ର ପ୍ରଦାନ କରିଥିଲେ ଶୁଭେଛୁ।/ଦେବଦତ୍ତ