Odiapua.com

ବସ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର:ବସ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଷଡ଼ଙ୍ଗୀ।ଡାକ୍ତରଖାନାରେ ଚିକିତ୍ସା ପ୍ରକ୍ରିୟା ଉପରେ ଅସନ୍ତୋଷ ବ୍ୟକ୍ତ କରି ପ୍ରତାପ କହିଛନ୍ତି ଯେ କାହାର ଏକ୍ସ-ରେ ହୋଇନି ତ’ କାହାକୁ ଔଷଧ ଦିଆଯାଇନି।କୁହାଯାଉଛି,ଡାକ୍ତର ଛୁଟିରେ ଅଛନ୍ତି।ଜରୁରୀ ପରିସ୍ଥିତି ସମୟରେ କିପରି ଛୁଟି ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି।ଏହା ସହ ଡ୍ରାଇଭର ଉପରେ ଅତିରିକ୍ତ ଡ୍ୟୁଟି ପଡ଼ୁଛି କି,ସେ ଦୁଇ ସିଫ୍ଟ ଡ୍ରାଇଭିଂ କରିଛି କି,ମଦ୍ୟପାନ କରିଥିଲା କି ଆଦିର ଯାଞ୍ଚ ହେବା ଉଚିତ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।ଗାଈ ଗୋରୁଙ୍କର ରାସ୍ତା ଉପରେ ଅବାଧ ବିଚରଣ ଉପରେ ଅଙ୍କୁଶ ଲଗାଯିବା ଉଚିତ ମଧ୍ୟ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।/ଦେବଦତ୍ତ ରଥ