Odiapua.com

ଚାଷୀ ପେନସନ ଯୋଜନା : ପ୍ରତ୍ୟେକ ମାସରେ ୩ ହଜାର ଟଙ୍କା ପାଇବା ପାଇଁ ଆବଶ୍ୟକ ଏହି ଡକ୍ୟୁମେଣ୍ଟ

ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟରେ ଚାଷୀ ପେନସନ ଯୋଜନାର ପ୍ରାରମ୍ଭ କରିବେ। ଆସନ୍ତୁ ଜାଣିବା କ’ଣ ଏହି ଯୋଜନାର ଫାଇଦା ଏବଂ କ’ଣ ହେବ ଆବଶ୍ୟକ ଜରୁରୀ କାଗଜପତ୍ର?
ଏହି ପେନସନ ଯୋଜନା ଅନୁଯାୟୀ ଚାଷୀକୁ ୬୦ ବର୍ଷ ହେବା ପରେ ୩୦୦୦ ଟଙ୍କା ପେନସନ ଦେବାର ପ୍ରା‌ବଧାନ କରାଯାଇଛି। ଯଦି ଲାଭ ପାଉଥିବା ଚାଷୀଙ୍କର ମୃତ୍ୟୁ ହୋଇଯାଏ, ତେବେ ତାଙ୍କର ପତ୍ନୀକୁ ୫୦ପ୍ରତିଶତ ଟଙ୍କା ମିଳିବ। LIC ଚାଷୀର ପେନସନ ଫଣ୍ଡକୁ ମ୍ୟାନେଜ କରିବ। ଆସନ୍ତା ସପ୍ତାହରେ ଏଥିପାଇଁ ରଜିଷ୍ଟ୍ରେସନ ଆରମ୍ଭ ହେବ। ଆସନ୍ତୁ ଜାଣିବା କ’ଣ ଏହି ଯୋଜନାର ଫାଇଦା ଏବଂ କ’ଣ ହେବ ଆବଶ୍ୟକ ଜରୁରୀ କାଗଜପତ୍ର?

କ’ଣ ହେବ ନିୟମ?

ଚାଷୀ ପେନସନ ଯୋଜନା ପାଇଁ ୧୮ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଚାଷୀ ଆବେଦନ କରି ପାରିବେ। ଏହି ଯୋଜନାରେ ୬୦ ବର୍ଷ ଉପରର ଚାଷୀକୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତି ମାସ ପେନସନ ମିଳିବ। ଚାଷୀ ପାଇଁ ଏହି ଯୋଜନା ସମ୍ପୂର୍ଣ୍ଣ ଭାବରେ ସ୍ୱଚ୍ଛ ହେବ। ଏଥିରେ ଅଧା ଭାଗ ଚାଷୀ ଏବଂ ଅଧା ଭାଗ ସରକାର ବହନ କରିବେ। ଆସନ୍ତା ସପ୍ତାହରେ ଏଥିପାଇଁ ରଜିଷ୍ଟ୍ରେସନ ଆରମ୍ଭ ହୋଇପାରେ।

ଯଦି ଚାଷୀ ପ୍ରତ୍ୟେକ ମାସରେ ୧୦୦ ଟଙ୍କା ଜମା କରେ ତେବେ ସରକାର ସେଥିରେ ପ୍ରତ୍ୟେକ ମାସରେ ୧୦୦ ଟଙ୍କା ଜମା କରିବେ। ଏହିପରି ଭାବରେ ୬୦ ବର୍ଷ ବୟସ ପରେ ଛାଷୀକୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳିବ। ଚାଷୀ ପେନସନ ଯୋଜନା ଉପରେ ପ୍ରାୟତଃ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ଜରୁରୀ ଡକ୍ୟୁମେଣ୍ଟ

ଜମି କାଗଜ ପତ୍ର ଖସଡ଼ା ନମ୍ବର – ଏଥିପାଇଁ ସବୁଠାରୁ ମହତ୍ଵପୂର୍ଣ୍ଣ ଡକ୍ୟୁମେଂଟ୍ସ ଜମି କାଗଜ ପତ୍ର ଖସଡ଼ା ନମ୍ବର ଅଟେ। ଅର୍ଥାତ୍ ରାଜସ୍ଵ ରେକର୍ଡ, ଯାହାଦ୍ୱାରା ପ୍ରମାଣିତ ହେବ କି ଆପଣ ଜଣେ ଚାଷୀ ଅଟନ୍ତି।

ଆଧାର କାର୍ଡ- ଆବେଦନ କରିଥିବା ଚାଷୀ ପାଖରେ ଆଧାର କାର୍ଡ ହେବା ଜରୁରୀ ଅଟେ।

ସଞ୍ଚୟ ଖାତା – ତା’ ବ୍ୟତୀତ ଚାଷୀ ନିକଟରେ ଥିବା ସେଭିଙ୍ଗ୍ସ ବ୍ୟାଙ୍କ ଆକାଉଣ୍ଟ / ଜନଧନ ଖାତା ହେବା ଆବଶ୍ୟକ।

ମୋବାଇଲ ନମ୍ବର- ଚାଷୀଙ୍କର ମୋବାଇଲ ନମ୍ବର ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର କାର୍ଡରେ ଲିଙ୍କ ହେବା ଆବଶ୍ୟକ।