Odiapua.com

ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣା : ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଗିରଫ

– ନିଜେ ମହାରଥୀ ଗୋଡେଇ ଗୋଡେଇ ପିଟିଥିବା ଅଭିଯୋଗ

ପିପିଲି ୨୨-୪ (ଓଡ଼ିଆ ପୁଅ) ବିଧାୟକ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପିପିଲି ପୋଲିସ। ପ୍ରଦୀପଙ୍କ ଫାର୍ମହାଉସରେ ଫ୍ଲାଇଁ ସ୍ୱାର୍ଡ଼ ଏବଂ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଛନ୍ତି ମହାରଥୀ। ଏ ନେଇ ନେଇ ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ମହାରଥୀଙ୍କ ବିରୋଧରେ ଅନେକ ସଙ୍ଗୀନ ଦଫା ଲଗାଇଛି ପିପିଲି ପୋଲିସ। ମହାରଥୀଙ୍କ ଉପରେ ଦଫା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ୧୭୧(ବି) ୧୮୬ ଏବଂ ଲୋକପ୍ରତିନିଧି ଆଇନ ୧୦୩ ଅନୁସାରେ ପ୍ରଦୀପଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟଯେ, ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ପିପିଲିରେ ଥିବା ଏକ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ଉ ବେଳେ ଜଣେ ମାଜିଷ୍ଟ୍ରେଟଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ହୁଙ୍କେଇପୁରସ୍ଥିତ ଫାର୍ମ ହାଉସ୍‌ରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାକୁ ଚଢାଉ କରିବାକୁ ଯାଇଥିଲେ। ମାଜିଷ୍ଟ୍ରେଟଙ୍କ ସମେତ ଅନ୍ୟ କିଛି ସଦସ୍ୟଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଥିଲା। ଏପରିକି କ୍ୟାମେରାମ୍ୟାନ ଓ ପୋଲିସ କର୍ମଚାରୀଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଆକ୍ରମଣରେ ଫ୍ଲାଇଂ ସ୍କ୍ବାର୍ଡ ମାଜିଷ୍ଟ୍ରେଟ ରବି ନାରାୟଣ ପାତ୍ରଙ୍କ ଅଣ୍ଟା ଏବଂ ମାଜିଷ୍ଟ୍ରେଟ ବିଜୟ କୁମାର କରଙ୍କ ହାତରେ ଗଭୀର ଆଘାତ ଲାଗିଛି।