Odiapua.com

ପ୍ରବୀଣ ତୋଗାଡ଼ିଆଙ୍କ ସହ ଧକ୍କା ପେଲା! ଆସନ୍ତା କାଲି ଭିଏଚପି ଅଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର୧୪- ୦୪- ୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି)ରେ ସବୁ କିଛି ଠିକ୍ ନଥିବା ପରି ଜଣାପଡ଼ୁଛି।ବିଶେଷ କରି ତାହା ଭିଏଚପି କାର୍ଯ୍ୟକାରୀ ଅଧକ୍ଷ ଡଃ: ପ୍ରବୀଣ ତୋଗାଡ଼ିଆଙ୍କ କ୍ଷେତ୍ରରେ। ଆଜି ଗୁରୁଗ୍ରାମଠାରେ ଭିଏଚପିର ସଭାପତି ନିର୍ବାଚନ ଅଛି। କିନ୍ତୁ ଶୁକ୍ରବାରଦିନ ସକାଳେ ଭିଏଚପିର ଆର କେ ପୁରମ ସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରେ କିଛି ଲୋକ ପ୍ରବୀଣ ତୋଗାଡ଼ିଆଙ୍କ ସହ ଧକ୍କା ପେଲା କରିଥିବା ଜଣାପଡ଼ିଛି।

ଏ ନେଇ ସୂଚନା ଦେଇଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ମହାମନ୍ତ୍ରୀ ଚମ୍ପତ ରାୟ। କିଛି ଲୋକ ହତାଶା ଭାବନା ନେଇ ନିର୍ବାଚନରେ ବାଧା ଉପୁଜାଇବା ପାଇଁ ଯୋଜନା କରୁଥିବା ସେ କହିଛନ୍ତି।ତେବେ ଏପରି ବାଧା ସତ୍ତ୍ୱେ ନିର୍ବାଚନ ନିରପେକ୍ଷ ଏବଂ ଶାନ୍ତି ପୂର୍ଣ୍ଣ ରହିବ ବୋଲି ଚମ୍ପତ ରାୟ କହିଛନ୍ତି।ନିର୍ବାଚନରେ ଦେଶର ବିଭିର୍ଣ୍ଣ ପ୍ରାନ୍ତରୁ ୨୭୩ ଜଣ ପଦାଧିକାରୀ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି।

ତେବେ ପ୍ରବୀଣ ତୋଗାଡ଼ିଆଙ୍କ କ୍ଷେତ୍ରରେ ଏବେ କିଛି ଦିନ ହେଲା ଏପରି ବିବାଦ ଦେଖା ଯାଉଛି।ଏଇ କିଛି ଦିନ ତଳେ ଜେଡ+ ସୁରକ୍ଷା ସତ୍ୱେ ତୋଗାଡ଼ିଆ ହଠାତ କୁଆଡେ ନିଖୋଜ ହୋଇ ଯାଇଥିବା ବେଳେ ରାତିରେ ସଂଜ୍ଞା ହିନ ଅବସ୍ଥାରେ ରାସ୍ତା କଡ଼ରୁ ଉଦ୍ଧାର ହୋଇଥିଲେ।ଏବଂ ସେତେବେଳେ ତାଙ୍କୁ ଏନକାଉଣ୍ଟର କରାଯିବାକୁ ଷଢଯନ୍ତ୍ର କରା ଯାଉଥିବା ନେଇ ସେ ଅଭିଯୋଗ କରିଥିଲେ।ଏବଂ ପୁଣି ଏବେ କିଛି ଦିନ ତଳେ ତାଙ୍କ ଗାଡିକୁ ଏକ ଟ୍ରକ ଧକ୍କା ଦେଇଥିଲା।ଏପରି ଘଟଣାକୁ ନେଇ ଏକ ସନ୍ଦେହ ସୃଷ୍ଟି ହେଉଛି।