ନୂଆଦିଲ୍ଲୀ: ସରକାରୀ ପ୍ରକ୍ରିୟାକୁ ସରଳ କରିବା ସହିତ ଏଥିଜନିତ ଜଟିଳତାକୁ ହ୍ରାସ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଶବ ବ୍ୟବଚ୍ଛେଦ ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି। ଏହି ନୂତନ ପ୍ରୋଟୋକଲ୍ ମୁତାବକ ଆଜି ଠାରୁ ସୂର୍ଯ୍ୟାସ୍ତ ପରେ ଶବ ବ୍ୟବଚ୍ଛେଦ ପ୍ରଣାଳୀ କରାଯାଇ ପାରିବ। ଏହାଦ୍ବାରା ମୃତକଙ୍କ ପରିବାର ଉପକୃତ ହେବା ସହିତ ଅଙ୍ଗଦାନ ପ୍ରକ୍ରିୟାକୁ ପ୍ରସାରିତ କରାଯାଇ ପାରିବ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଙ୍ଗକୁ ସଂଗ୍ରହ କରାଯାଇ ପାରିବ। ଉପରବର୍ଣ୍ଣିତ ବିଷୟକୁ ସ୍ବାସ୍ଥ୍ୟ ସେବାର ମହାନିର୍ଦ୍ଦେଶକ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ବୈଷୟିକ କମିଟି ଦ୍ବାରା ଯାଞ୍ଚ କରାଯାଇଛି। ଏହା ସୁନିଶ୍ଚିତ କରାଯାଇଛି ଯେ କେତେକ ଅନୁଷ୍ଠାନ ରାତି ସମୟରେ ଶବ ବ୍ୟବଚ୍ଛେଦ କରୁଛନ୍ତି। ପ୍ରଯୁକ୍ତିର ଦ୍ରୁତ ବିକାଶ ଓ ଉନ୍ନତି ଫଳରେ, ବିଶେଷ କରି ଶବ ବ୍ୟବଚ୍ଛେଦ ପାଇଁ ଆବଶ୍ୟକୀୟ ଆଲୋକ ଓ ଭିତ୍ତିଭୂମିର ଉପଲବ୍ଧତା ହେତୁ ରାତି ସମୟରେ ଏହା କରିବା ସମ୍ଭବପର ହୋଇପାରିଛି। ଏହି ପ୍ରୋଟୋକଲ୍ ଅନୁସାରେ ଅଙ୍ଗଦାନକୁ ଗୁରୁତ୍ବ ପ୍ରଦାନ କରାଯିବ ଓ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବା ହସ୍ପିଟାଲରେ ସୂର୍ଯ୍ୟାସ୍ତ ପରେ ମଧ୍ୟ ଏହା କରାଯାଇ ପାରିବ।
/- DevDr