Odiapua.com

ପର୍ତ୍ତୁଗାଲ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ କରୋନା ଆକ୍ରାନ୍ତ

ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ପର୍ତ୍ତୁଗାଲ ଫୁଟବଲ ଫେଡେରେସନ ଅନୁଯାୟୀ କ୍ରିଷ୍ଟିଆନୋ ରୋନାଲଡୋ, ଜୁଭେଣ୍ଟସ୍ ଏବଂ ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କରୋନା ଆକ୍ରାନ୍ତ ହୋଇଛନ୍ତି।

ଫେଡେରେସନ୍ ମଙ୍ଗଳବାର ଦିନ ନିଜ ୱେବସାଇଟରେ ଏକ ବିବୃତ୍ତି ପୋଷ୍ଟ କରି କହିଛି ଯେ ୩୫ ବର୍ଷିୟ ରୋନାଲଡୋ କରୋନା ଆକ୍ରାନ୍ତ ହୋଇଛନ୍ତି ତାଙ୍କର କୌଣସି ଲକ୍ଷଣ ନାହିଁ ଏବଂ ସେ ଆଇସୋଲେଟ ଅଛନ୍ତି।

ପର୍ତ୍ତୁଗାଲ୍ ଫୁଟବଲ୍ ଫେଡେରେସନ୍ ଏକ ବିବୃତ୍ତିରେ ଏହା ନିଶ୍ଚିତ କରିଛିଯେ, ରୋନାଲଡୋଙ୍କ ପରେ ଅବଶିଷ୍ଟ ଖେଳାଳିମାନଙ୍କର ମଙ୍ଗଳବାର ସକାଳେ କରୋନା ଟେଷ୍ଟ ହୋଇଥିଲା, ସମସ୍ତଙ‌କର ରିପୋର୍ଟ ନେଗେଟିଭ୍ ଆସିଛି।