Odiapua.com

ଲୋକପ୍ରିୟ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ୮୦ ବର୍ଷ ବୟସରେ ଦେହାନ୍ତ

ନୂଆ ଦିଲ୍ଲୀ ୨୨-୧ (ଓଡ଼ିଆ ପୁଅ) ଲୋକପ୍ରିୟ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ଦେହାନ୍ତ ହୋଇଛି। ୮୦ ବର୍ଷୀୟ ଗାୟକ ଶନିବାର ଦିନ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ରିପୋର୍ଟ ଅନୁଯାୟୀ, ରାତି ପ୍ରାୟ ୧୨ ଟା ସମୟରେ ଆପୋଲୋ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି। ଗତ ତିନି ମାସରୁ ସେ ଅସୁସ୍ଥ ଥିଲେ ଏବଂ ଚିକିତ୍ସାଧିନ ଥିଲେ।

ତାଙ୍କର ଦେହାନ୍ତରେ ଅନେକ ସଙ୍ଗୀତ ତାରକା ତଥା ଅନ୍ୟ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଚଞ୍ଚଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।