Odiapua.com

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା – ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ଜଣଙ୍କର ମୃତ୍ୟୁ, ୬ ଗୁରୁତର

କୋଲକାତା ୧୨ ଡିସେମ୍ବର (ଓଡ଼ିଆ ପୁଅ) ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ବିବାଦ ଚରମ ସୀମାରେ ରହିଛି। ବିଜେପି ଦାବି କରିଛି ଯେ, ଶନିବାର ଦିନ ଉତ୍ତର ୨୪ ପ୍ରଗଣାର ହଲିଶାହାରରେ ଜଣେ କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସି କାର୍ଯ୍ୟକର୍ତ୍ତା ଉପରେ ଆକ୍ରମଣ କରିଛନ୍ତି, ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

“ଆଉ ଏକ ଦିନ, ଆଉ ଏକ ହତ୍ୟା” ବୋଲି ବିଜେପି ଟ୍ୱିଟ୍ କରିଛି। “ହଲିସହରରେ କାର୍ଯ୍ୟକର୍ତ୍ତା ସାଇକତ ଭୱାଲଙ୍କୁ ଟିଏମସି ଗୁଣ୍ଡାମାନେ ଅତି ନିର୍ମମ ଭାବେ ହତ୍ୟା କରିଥିବାବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି।” ଆହତମାନଙ୍କୁ କଲ୍ୟାଣସ୍ଥିତ ଜେଏନ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାର୍ଟି ଦ୍ୱାର ଦ୍ୱାର ବୁଲି ଅଭିଯାନ କରୁଥିବାବେଳେ ସାଇକତ ଭୱାଲଙ୍କୁ ଆକ୍ରମଣ କରାଯାଇଥିଲା।

ଏଥି ସହିତ ତୃଣମୂଳ କଂଗ୍ରେସ ଅଭିଯୋଗ କହିଛି ଯେ, ଏହି ଘଟଣା ବ୍ୟକ୍ତିଗତ ଶତ୍ରୁତାର ଫଳାଫଳ। ବିଜେପି ନେତା ମୁକୁଲ ରାୟ କହିଛନ୍ତି ଯେ ଆରଏସଏସ କାର୍ଯ୍ୟକର୍ତ୍ତା ତଥା ହଲିସହରର ୬ ନଂ ୱାର୍ଡରେ ରହୁଥିବା ସାଇକତ ଭବାଲଙ୍କୁ ହତ୍ୟା କରାଯାଇଛି। ପଶ୍ଚିମବଙ୍ଗରେ ଗଣତନ୍ତ୍ର ଶେଷ ହୋଇଛି।

https://twitter.com/BJP4Bengal/status/1337767170692972544