Odiapua.com

ପୁଡୁଚେରୀରେ ନୂତନ ଭାବେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ ୨୭-୬ (ଓଡ଼ିଆ ପୁଅ) ପୁଡୁଚେରୀରେ ଆଜି ଶପଥ ଗ୍ରହଣ କରିଥିବା ସମସ୍ତ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପୁଡୁଚେରୀରେ ଆଜି ଶପଥ ଗ୍ରହଣ କରିଥିବା ସମସ୍ତ ମନ୍ତ୍ରୀମାନଙ୍କୁ ମୋର ଶୁଭ କାମନା। ଏହି ଦଳ ଦୃଢତାର ସହ କାର୍ଯ୍ୟ କରନ୍ତୁ ଏବଂ ସୁନ୍ଦର ପୁଡୁଚେରୀ ବାସୀଙ୍କ ଆଶା ଆକାଂକ୍ଷା ପୂରଣ କରନ୍ତୁ”।