Odiapua.com

ଆତ୍ମନିର୍ଭର ଭାରତ ଆପ୍‌ ପ୍ରସ୍ତୁତିରେ ଅଂଶୀଦାର ହେବାକୁ ବୈଷୟିକ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆ ଦିଲ୍ଲୀ ୫-୭ (ଓଡ଼ିଆ ପୁଅ) ଆତ୍ମନିର୍ଭର ଭାରତ ଆପ୍‌ନିର୍ମାଣ ଓ ବିକାଶ କାର୍ଯ୍ୟରେ ସହଯୋଗ କରିବାକୁ ବୈଷୟିକ ସମୁଦାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି।

ଲିଙ୍କେଡିନ୍‌ରେ ପ୍ରକାଶିତ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଭାରତର ସମୃଦ୍ଧ ଟେକ୍‌ଓ ଷ୍ଟାର୍ଟଅପ୍‌ପରିବେଶ ସଂପର୍କରେ ଉଲ୍ଲେଖ କରି ଏହାର ବିଭିନ୍ନ କ୍ଷେତ୍ରରେ ଯେଉଁ ବୈଷୟିକ ଆବଶ୍ୟକତା ଓ ଆହ୍ୱାନ ମାନ ସୃଷ୍ଟି ହୋଇଛି ତାହାର ସମାଧାନ କରିବାକୁ ଯୁବ ପ୍ରଯୁକ୍ତିବିତ୍‌ମାନେ ଆଗେଇ ଆସିବାକୁ ଉଲ୍ଲେଖ କରିଛନ୍ତି। ଯୁବ ପ୍ରଯୁକ୍ତିବିତ୍‌ମାନେ ଏ କ୍ଷେତ୍ରରେ ହାସଲ କରିଥିବା ଉପଲବ୍ଧିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏମାନେ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛନ୍ତି। ଏବେ ଭାରତୀୟ ଷ୍ଟାର୍ଟଅପ୍‌ଓ ଟେକ୍‌ନୋଲଜି ଜଗତରେ ନବସୃଜନ, ବିକାଶ ଏବଂ ଦେଶୀ କାରିଗରୀ ଆପ୍ଲିକେସନ (ଆପ୍‌)କୁ ପ୍ରୋତ୍ସାହିତ କରିବା ପାଇଁ ଅପୂର୍ବ ସୁଯୋଗ ଓ ଆଗ୍ରହ ସୃଷ୍ଟି ହୋଇଛି। ରାଷ୍ଟ୍ର ଏବେ ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ ଅଗ୍ରସର ହେଉଥିବାବେଳେ ଏହା ଏବେ ବେଶ୍‌ଉତ୍ସାହଜନକ ପରିବେଶ ସୃଷ୍ଟି କରିଛି। ଏହାର ସୁଯୋଗ ନେଇ ଘରୋଇ ଆବଶ୍ୟକତା ପୂରଣ କରିବା ସହିତ ବିଶ୍ୱବଜାରରେ ପ୍ରତିଯୋଗିତା କରିବାକୁ ନୂଆ ନୂଆ ଆପ୍‌ତିଆରି ପାଇଁ ସେ ପ୍ରଯୁକ୍ତିବିତ୍‌ମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

ଏହି ଲକ୍ଷ୍ୟକୁ ଗୁରୁତ୍ୱ ଦେଇ କେନ୍ଦ୍ର ଇଲେକ୍‌ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଟଳ ଇନୋଭେସନ ମିଶନ ସହ ମିଶି ଏକ ଆତ୍ମନିର୍ଭର ଭାରତ ଆପ୍‌ଇନୋଭେସନ ଚାଲେଞ୍ଜ କାର୍ଯ୍ୟ ହାତକୁ ନେଇଛି। ଏହା ଦୁଇଟି କ୍ଷେତ୍ରରେ କାର୍ଯ୍ୟ କରିବ। ସେଥିରେ ଗୋଟିକରେ ବର୍ତ୍ତମାନର ଆପ୍‌ଗୁଡିକର ଉନ୍ନୟନ ଓ ଦ୍ୱିତୀୟଟିରେ ନୂଆ ଆପ୍‌ବିକଶିତ କରାଯିବ। ଏହି ଆହ୍ୱାନକୁ ଉଭୟ ମନ୍ତ୍ରଣାଳୟ ଓ ପ୍ରଯୁକ୍ତି ସମୁଦାୟ ମିଳିତଭାବେ କାର୍ଯ୍ୟକାରୀ କଲେ ଏହା ସହଜ ଓ ସୁଗମ ହୋଇପାରିବ।

ବର୍ତ୍ତମାନର ଆପ୍‌ଓ ପ୍ଲାଟଫର୍ମଗୁଡିକର ବିକାଶ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ସେଥିରେ ଇ-ଲର୍ଣ୍ଣିଂ, ୱାର୍କ ଫ୍ରମ ହୋମ୍‌, ଗେମିଂ, ବିଜିନେସ ଏଣ୍ଟରଟେନମେଣ୍ଟ, ଅଫିସ ୟୁଟିଲିଟିଜ, ସୋସିଆଲ ନେଟୱର୍କ ଆଦି ଅନ୍ତର୍ଭୁକ୍ତ। ଏଥିରେ ସରକାର ଦିଗ୍‌ଦର୍ଶନ ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବେ। ଲିଡର-ବୋର୍ଡ ପାଇଁ ଉତ୍ତମ ମାନର ଆପ୍‌ଚିହ୍ନଟ କରିବାକୁ ଟ୍ରାକ୍‌୧କୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରାଯାଇ ମାସକ ମଧ୍ୟରେ ସେ କାମ ଶେଷ ହେବ। ନୂଆ ଆପ୍‌ଓ ପ୍ଲାଟଫର୍ମ ଇନ୍‌କ୍ୟୁବେସନ ପାଇଁ ଟ୍ରାକ୍‌୨ ପ୍ରୟାସରେ ସରକାର ନୂଆ ଚମ୍ପିଆନମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଇଡିଆ, ଇନ୍‌କ୍ୟୁବେସନ, ପ୍ରୋଟୋଟାଇପିଂ, ରୋଲ ଆଉଟ ଓ ମାର୍କେଟ ଆକ୍‌ସେସ ଆଦି ସୁବିଧା ଯୋଗାଇଦେବେ।

ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ ଏହି ପ୍ରୟାସ ଦ୍ୱାରା ପ୍ରଚଳିତ ଆପ୍‌ଗୁଡିକର ଭିଜିବିଲିଟି ଓ କ୍ଲାରିଟି ଅଧିକ ଭଲ ହେବ। ଫଳରେ ସେଗୁଡିକ ବ୍ୟବହାରକାରୀଙ୍କ ପାଇଁ ଅଧିକ ସହାୟକ ହୋଇପାରିବ। ବୈଷୟିକ ସାମଗ୍ରୀ ପ୍ରସ୍ତୁତି ପାଇଁ ବାଟ ବାହାର କରିବା ନିମନ୍ତେ ଦିଗ୍‌ଦର୍ଶନ, ବୈଷୟିକ ସହାୟତା ଓ ଅନ୍ୟାନ୍ୟ ସହଯୋଗ ସରକାର ଯୋଗାଇଦେବେ। ପ୍ରଧାନମନ୍ତ୍ରୀ ଏ ସଂପର୍କରେ ତାଙ୍କ ବିଚାର ବ୍ୟକ୍ତ କରିବା ସହ ଆହୁରି ଜାଣିବାକୁ ଚାହିଁଛନ୍ତି ଯେ ପାରମ୍ପରିକ ଭାରତୀୟ କ୍ରୀଡାକୁ ଟେକ୍‌ନୋଲଜି ଅଧିକ ଲୋକପ୍ରିୟ କରିପାରିବ କି। ସେହିଭଳି ଲୋକଙ୍କୁ ଥଇଥାନ, ପରାମର୍ଶ ପ୍ରଦାନ ବା ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ସେମାନଙ୍କ ଆବଶ୍ୟକତା ପୂରଣ ପାଇଁ ଏହା ଯଦି ସାହାଯ୍ୟ କରିପାରିବ ସେସବୁର ମଧ୍ୟ ବିକାଶ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏକ ଆତ୍ମନିର୍ଭର ଆପ୍‌ଇକୋ ସିଷ୍ଟମ ବିକଶିତ କରିବାକୁ ସେ ବୈଷୟିକ ସମୁଦାୟକୁ ଆହ୍ୱାନ ଜଣାଇଛନ୍ତି।