Odiapua.com

ନୂଆବର୍ଷରେ ପିଏମ୍‌- କିଷାନର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତୃଣମୂଳ ସ୍ତରରେ ଚାଷୀ ମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ଓ ସଂକଳ୍ପ ସ୍ୱରୂପ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ ମାନଙ୍କୁ ଆର୍ଥିକ ସୁବିଧାର ଦଶମ କିସ୍ତି ପ୍ରଦାନ କରିବେ। ଜାନୁୟାରୀ ପହିଲା ୨୦୨୨ ଅପରାହ୍ନ ୧୨:୩୦ ସମୟରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସୁବିଧା ହସ୍ତାନ୍ତର କରିବେ। ଏହା ଦ୍ୱାରା ୧୦ କୋଟିରୁ ଅଧିକ ହିତାଧିକାରୀଙ୍କ ନିକଟରେ ୨୦ହଜାର କୋଟିରୁ ଅଧିକ ଅର୍ଥ ହସ୍ତାନ୍ତର ହେବ। ପିଏମ୍‌- କିଷାନ ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ପ୍ରତି ହିତାଧିକାରୀ କିଷାନ ପରିବାରକୁ ପ୍ରଦାନ କରାଯାଇଥାଏ। ଏହି ଅର୍ଥ କିସ୍ତିୱାରୀ ୨ ହଜାର କରି ୩ଟି କିସ୍ତିରେ ଓ ପ୍ରତି କିସ୍ତିରେ ୪ ହଜାର କରି ପ୍ରଦାନ କରାଯାଏ। ଏହି ଅର୍ଥ ପ୍ରତ୍ୟେକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା ହୋଇଥାଏ।ଏପର୍ଯ୍ୟନ୍ତ ଯୋଜନା ଅଧୀନରେ ଚାଷୀ ପରିବାରକୁ ୧.୬ ଲକ୍ଷ କୋଟି ଟଙ୍କା ସମ୍ମାନ ରାଶି ପ୍ରଦାନ କରାଯାଇ ସାରିଛି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୩୫୧ଟି କୃଷକ ଉତ୍ପାଦନ ସଂଗଠନ (ଏଫପିଓ)କୁ ୧୪ କୋଟିରୁ ଅଧିକ ଅର୍ଥ ଇକ୍ୟୁଟି ଗ୍ରାଣ୍ଟ ଆକାରରେ ପ୍ରଦାନ କରିବେ। ଏହାଦ୍ୱାରା ୧. ୨୪ ଲକ୍ଷ ଚାଷୀ ଉପକୃତ ହେବେ। ଏଥିସହ ପ୍ରଧାନମନ୍ତ୍ରୀ ଏଫପିଓ ମାନଙ୍କ ସହ ମଧ୍ୟ ବାର୍ତ୍ତା ବିନିମୟ କରିବେ। କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ।
-/DevDr