Odiapua.com

ଟ୍ରମ୍ପଙ୍କ ସହ କଣ ଆଲୋଚନା ହୋଇଥିଲା, ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରନ୍ତୁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୨୩ା୭,(ଓଡିଆ ପୁଅ/ପଙ୍କଜିନୀ ନାୟକ) : କାଶ୍ମୀର ସମସ୍ୟାକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ପଷ୍ଟୀକରଣ ଚାହିଁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି, ଯାହା ଆଲୋଚନା ହେଉଛି ଯଦି ତାହା ସତ ହୋଇଥାଏ ତେବେ ଏହା ସାଙ୍ଘାତିକ।

ସେ ଆହୁରି ମଧ୍ୟ ସେ କହିଛନ୍ତି ଯେ, ମୋଦି ସିମଳା ଚୁକ୍ତିନାମାକୁ ଉଲ୍ଲଂଘନ ସହ ଦେଶପ୍ରତି ବିଶ୍ୱାସଘାତ କରିଛନ୍ତି। ବୈଦେଶିକ ମନ୍ତ୍ରୀଙ୍କ ଜରିଆରେ କହିଦେଇ ପ୍ରଧାନମନ୍ତ୍ରୀ ଚୁପ ବସନ୍ତୁନି। ଘଟଣା କଣ ଏହା ବିଷୟରେ ସତ କଥା ପ୍ରଧାନମନ୍ତ୍ରୀ ନିଜେ କୁହନ୍ତୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଟ୍ରମ୍ପଙ୍କ ସହ ତାଙ୍କର କଣ ଆଲୋଚନା ହୋଇଥିଲା ଏନେଇ ସେ ସ୍ପଷ୍ଟ କରନ୍ତୁ ବୋଲି ରାହୁଲ କହିଛନ୍ତି।