Odiapua.com

ଆସନ୍ତାକାଲି ୧ ଲକ୍ଷରୁ ଅଧିକ ଜମି ପଟ୍ଟା ବାଣିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆ ଦିଲ୍ଲୀ ୨୨-୧ (ଓଡ଼ିଆ ପୁଅ) ଆସନ୍ତାକାଲି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଆସାମର ଶିବସାଗରରେ ଏକ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ୧.୦୬ ଲକ୍ଷ ଜମି ପଟା / ଆବଣ୍ଟନ ପ୍ରମାଣପତ୍ର ବଣ୍ଟନ କରିବେ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଲେଖିଛନ୍ତିଯେ, ଆସନ୍ତାକାଲି ସକାଳେ ମୁଁ ଆସାମର ଲୋକମାନଙ୍କ ମଧ୍ୟରେ ରହିବି। ଶିବସାଗରର ଏକ କାର୍ଯ୍ୟକ୍ରମରେ ୧.୦୬ ଲକ୍ଷ ଜମି ପଟା / ଆବଣ୍ଟନ ପ୍ରମାଣପତ୍ର ବଣ୍ଟନ କରାଯିବ। ମହାନ ଆସାମର ଅଧିକାର ଏବଂ ଅନନ୍ୟ ସଂସ୍କୃତିର ସଂରକ୍ଷଣ ପାଇଁ ଆମେ ସବୁକିଛି କରିବାକୁ ପ୍ରତିଶ୍ରୁତିବଦ୍ଧ।”

ଅପର ପକ୍ଷରେ, ଲୋକଙ୍କ ସଶକ୍ତିକରଣ ପାଇଁ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ଆସାମ ସରକାରଙ୍କର ମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରସ୍ତୁତି ଏବଂ ବ୍ୟବସ୍ଥା ଯାଞ୍ଚ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥାନ ପରିଦର୍ଶନ କରିଥିଲେ।