Odiapua.com

ଆଜି ଆସାମ ଏବଂ ବେଙ୍ଗଲରେ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆ ଦିଲ୍ଲୀ ୨୨-୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ। ଆସନ୍ତା ଦିନରେ ଏହି ଦୁଇ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଆଜି ପ୍ରଧାନମନ୍ତ୍ରୀ ମୋଦୀ ସେଠାକୁ ଯାଇ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ।

ଆସାମର ଶିଳାପଥରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତୈଳ ଓ ଗ୍ୟାସ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଦେଶ ପାଇଁ ଲୋକାର୍ପଣ କରିବେ ଏବଂ ଏହି କାର୍ଯ୍ୟକ୍ରମରେ ଇଞ୍ଜିନିୟରିଂ କଲେଜଗୁଡ଼ିକର ଶିଳାନ୍ୟାସ କରିବେ।

ଏହାପରେ ଫ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ହୁଗୁଳିରେ ଅନେକ ରେଳ ପ୍ରକଳ୍ପର ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଆସାମରେ ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡିଆନ୍ ଅଏଲ୍ ର ବୋଙ୍ଗାଇଗାଓଁ ରିଫାଇନାରୀରେ INDMAX ୟୁନିଟ୍‌, ଦିବ୍ରୁଗଡ଼ରେ ଅଏଲ୍ ଇଣ୍ଡିଆ ଲିମିଟେଡ୍ ର ଦ୍ୱିତୀୟ ଟ୍ୟାଙ୍କ୍ ଫାର୍ମ ଏବଂ ଟିନ୍ସୁକିଆର ହେବଡା ଗ୍ରାମରେ ଏକ ଗ୍ୟାସ୍ କମ୍ପ୍ରେସର ଷ୍ଟେସନ୍‌ର ଶୁଭାରମ୍ଭ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ଧମାଜୀ ଇଞ୍ଜିନିୟରିଂ କଲେଜ ଉଦଘାଟନ କରିବେ ଏବଂ ସୁଆଲକୁଚି ଇଞ୍ଜିନିୟରିଂ କଲେଜ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।

ସେହିପରି ବେଙ୍ଗଲରେ ପ୍ରଧାନମନ୍ତ୍ରୀ ମେଟ୍ରୋ ରେଳବାଇର କେତେକ ପ୍ରକଳ୍ପ ଉଦଘାଟନ କରିବେ।