Odiapua.com

ଗୁଜୁରାଟରେ ୩ଟି ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ ଅକ୍ଟୋବର ୨୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରେ ତିନୋଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। କୃଷକଙ୍କ କଲ୍ୟାଣ, ସ୍ୱାସ୍ଥ୍ୟସେବା ଏବଂ ପର୍ଯ୍ୟଟନ ବିକାଶ ସହ ଜଡିତ ଏହି ତିନୋଟି ପ୍ରକଳ୍ପ ଶନିବାର ଦିନ ନୂଆଦିଲ୍ଲୀରୁ ଭିଡିଓ କନ୍ଫରେସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଜଳସେଚନ ଏବଂ ଚାଷ ଉଦ୍ଦେଶ୍ୟରେ ରାଜ୍ୟର ଚାଷୀଙ୍କୁ ବିଦ୍ୟୁତ ଯୋଗାଇବା ଉଦ୍ଦେଶ୍ୟରେ ମୋଦୀ ‘କିଷାନ ସୂର୍ଯ୍ୟୋଦୟ ଯୋଜନା’ ଆରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ୪୭୦ କୋଟି ଟଙ୍କା ବିନିଯୋଗରେ ବିକଶିତ ହୋଇଥିବା ଅହମ୍ମଦାବାଦର U N Mehta Institute of Cardiology and Research Center ରେ ଶିଶୁ ହାର୍ଟ ହସ୍ପିଟାଲର ଉଦଘାଟନ କରିଛନ୍ତି। ଏହା ବ୍ୟତୀତ ସେ ଜୁନାଗଡ ସହର ନିକଟ ଗିର୍ନାର ପର୍ବତ ଉପରେ ୨.୩ କିଲୋମିଟର ଲମ୍ବା ରୋପୱେ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

ଏହା ଏସିଆର ଦୀର୍ଘତମ ମନ୍ଦିର ରୋପୱେ ଭାବରେ ବିବେଚନା କରାଯାଉଛି। ଠିକ ରୋପୱେ ପ୍ରକଳ୍ପର ବିଳମ୍ବ ପାଇଁ ବିରୋଧୀଙ୍କୁ ନିନ୍ଦା କରିଥିଲେ। ମୋଦୀ କହିଥିଲେ, “ଯଦି ସେମାନେ ଗିର୍ନାର ରୋପୱେରେ ବାଧା ସୃଷ୍ଟି କରି ନଥାନ୍ତେ, ତେବେ ଏତେ ବର୍ଷ ପର୍ଯ୍ୟନ୍ତ ଏହା ଅଟକି ନଥାନ୍ତା। ଲୋକମାନେ ଏବଂ ପର୍ଯ୍ୟଟକମାନେ ବହୁ ଦିନରୁ ଏହି ଲାଭ ପାଇଥାନ୍ତେ।”

କିସାନ ସୂର୍ଯ୍ୟୋଦୟ ଯୋଜନାରେ ମୋଦୀ କହିଛନ୍ତି ଯେ କୃଷକମାନେ ଜଳ ସଞ୍ଚୟ କରିବା ଉଚିତ ଏବଂ ‘ପ୍ରତି ଡ୍ରପ ଅଧିକ ଫସଲ’ ମନ୍ତ୍ର ଗ୍ରହଣ କରିବା ଉଚିତ। ବର୍ତ୍ତମାନ କୃଷକମାନେ ଦିନରେ ବିଦ୍ୟୁତ ପାଇବେ, ତେଣୁ ସେମାନେ ଅଧିକ ଜଳ ସଞ୍ଚୟ ଉପରେ ମଧ୍ୟ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଛନ୍ତି।