Odiapua.com

ଜାପାନ ପ୍ରଧାନମନ୍ତ୍ରୀ ୟୋଶିଦେ ସୁଗାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆ ଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ) ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବାରୁ ସମ୍ମାନନୀୟ ୟୋଶିଦେ ସୁଗାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବାରୁ ସମ୍ମାନନୀୟ ୟୋଶିଦେ ସୁଗାଙ୍କୁ ମୋର ଆନ୍ତରିକ ଅଭିନନ୍ଦନ। ବୈଶ୍ୱିକ ସହଭାଗୀତାକୁ ଏକ ଉଚ୍ଚସ୍ତରରେ ପହଞ୍ଚାଇବା ଦିଗରେ ଆମର ପାରସ୍ପରିକ ସହଯୋଗ ରହିବ ବୋଲି ମୋର ଆଶା।