Odiapua.com

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚମନ ଲାଲ ଗୁପ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚମନ ଲାଲ ଗୁପ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ନୂଆ ଦିଲ୍ଲୀ ୧୮-୫ (ଓଡ଼ିଆ ପୁଅ)ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଅନେକ ସମାଜ ସେବା ଉଦ୍ୟମ ପାଇଁ ଶ୍ରୀ ଚମନ ଲାଲ ଗୁପ୍ତା ସ୍ମରଣୀୟ ହୋଇ ରହିବେ। ସେ ଜଣେ ଉତ୍ସର୍ଗୀକୃତ ବିଧାୟକ ଥିଲେ ଏବଂ ଜମ୍ମୁ କଶ୍ମୀରରେ ବିଜେପିକୁ ମଜବୁତ ମଧ୍ୟ କରିଥିଲେ। ତାଙ୍କ ବିୟୋଗରେ ମୁଁ ମର୍ମାହତ। ଏଭଳି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା। ଓମ୍ ଶାନ୍ତି”।