Odiapua.com

ପେଗାସସ୍ ସ୍ନୁପିଙ୍ଗ୍ ମାମଲା ପହଁଚିଲା ସୁପ୍ରିମକୋର୍ଟରେ, SIT ଯାଞ୍ଚ ଏବଂ ସଫ୍ଟୱେର୍ କିଣା ଉପରେ ରୋକ ଲଗାଇବାକୁ ଦାବି

ନୂଆ ଦିଲ୍ଲୀ ୨୨ ଜୁଲାଇ (ଓଡ଼ିଆ ପୁଅ) SIT ଅନୁସନ୍ଧାନ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହେଲା ପେଗାସସ୍ ସ୍ପାଏ ମାମଲାର ଆବେଦନ। ପେଗାସସ୍ ସଫ୍ଟୱେର୍ ମାଧ୍ୟମରେ ଭାରତରେ ବିରୋଧୀ ଦଳର ନେତା ତଥା ସାମ୍ବାଦିକଙ୍କ ସ୍ନୁପିଙ୍ଗ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଡଭୋକେଟ୍ ମନୋହର ଲାଲ ଶର୍ମା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ଦାବି କରାଯାଇଛି। ଏହା ସହିତ ଭାରତରେ ପେଗାସସ୍ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଦାବି ହୋଇଛି।

ଦେଶର ଅନେକ ବିରୋଧୀଦଳ ନେତା ପେଗାସସ୍ ଗୁପ୍ତଚର ମାମଲାରେ ମୋଦୀ ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ଦଳ ମିଳିତ ସଂସଦୀୟ କମିଟି (ଜେପିସି) ଯାଞ୍ଚ ପାଇଁ ଦାବି କରୁଛି। ଏଥି ସହିତ ସଂସଦରେ ଏହି ସ୍ନୁପିଙ୍ଗ ମାମଲାକୁ ମଧ୍ୟ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି।

ସୂଚନାଯୋଗ୍ୟଯେ, ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂଗଠନ ପ୍ରକାଶ କରିଛି ଯେ, ଇସ୍ରାଏଲର ସ୍ପାଏୱେୟାର, ସଫ୍ଟୱେୟାର ପେଗାସସ୍ ମାଧ୍ୟମରେ ବହୁ ଭାରତୀୟ ବ୍ୟବସାୟୀ, ୪୦ ରୁ ଅଧିକ ସାମ୍ବାଦିକ, ବିରୋଧୀଦଳର ନେତାଙ୍କ ସମେତ ବହୁ ସଂଖ୍ୟାରେ ବ୍ୟବସାୟୀ ତଥା ମାନବାଧିକାର କର୍ମୀଙ୍କୁ ହ୍ୟାକ୍ କରାଯାଇଛି।