Odiapua.com

ବୃକ୍ଷରୋପଣ କାର୍ଯ୍ୟକ୍ରମ

କଟକ ୨୦/୭ (ଓଡ଼ିଆ ପୁଅ) – ଆଜି କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ‘‘ସବଳ କଟକ ସଫଳ କଟକ’’ କାର୍ଯ୍ୟକ୍ରମ ପରିପେକ୍ଷୀରେ ‘‘ବୃକ୍ଷ ହିଁ ଜୀବନ’’ ଆଧାରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳ ୯ ଘଟିକା ସମୟରେ ସ୍ଥାନୀୟ ଭୁଆଷୁଣୀ ପଠାରେ କମିଟିର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ରନାଥ ସାହୁଙ୍କ ନେତୃତ୍ୱରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କମିଟିର ସାଧାରଣ ସଂପାଦକ ଶ୍ରୀ ଭିକାରୀ ଦାସ, ଉପଦେଷ୍ଟାମଣ୍ଡଳୀ ସଦ୍ୟସ୍ୟ ଶ୍ରୀ ରାଜକିଶୋର ନାୟକ, ଉପସଭାପତି ଶ୍ରୀ ମନୋରଞ୍ଜନ ସାହୁ, ଶ୍ରୀ ଶିବେନ୍ଦ୍ର ହାତୀ, ଶ୍ରୀ କିଶୋର ବେହେରା ଓ ଶ୍ରୀ ଧର୍ମେଶ ନାୟକ, ସହ ସମ୍ପାଦକ ଡ. ଦ୍ୱିପାୟନ ପଟ୍ଟନାୟକ, ଶ୍ରୀ ରବୀନ୍ଦ୍ରକୁମାର ବେହେରା, ଶ୍ରୀ ପ୍ରଦୀପକୁମାର ମହାରଣା ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଶ୍ରୀ ସୁଦିପ୍ତକୁମାର ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତାମାନେ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏଲ୍.ଏନ୍.ଟି କମ୍ପାନୀର ପଦାଧିକାରୀ ଅଲତାଫ୍ ହୁସେନ୍, ଶ୍ରୀ ମନୋଜକୁମାର ରାଉତ ଓ ଶ୍ରୀ ଉଦୟଭାନୁ ଜେନା ପ୍ରମୁଖ ଯୋଗଦେଇ ଉକ୍ତ ବୃକ୍ଷରାଶିଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରିଥିଲେ।