Odiapua.com

ଭାରତୀୟ ଫୁଟବଲର କିମ୍ବଦନ୍ତୀ ପୁରୁଷ ପି.କେ ବାନାର୍ଜୀଙ୍କର ୮୩ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ଭାରତୀୟ ଫୁଟବଲର ପୂର୍ବତନ ଅଧିନାୟକ ପ୍ରଦୀପ କୁମାର ବାନାର୍ଜୀଙ୍କର ୮୩ ବର୍ଷ ବୟସରେ ଶୁକ୍ରବାରଦିନ କୋଲକାତାରେ ନିଧନ ହୋଇଛି।

ସେ କିଛିଦିନହେବ ଅସୁସ୍ଥାବସ୍ଥାରେ ଚିକିତ୍ସିତ ହେଉଥିଲେ। ବାନାର୍ଜୀଙ୍କର ଦୁଇଝିଅ ଶିକ୍ଷା କ୍ଷେତ୍ରରେ ବେଶ୍ ଜଣାଶୁଣା। ସାନଭାଇ ପ୍ରସନ୍ନ ବାନାର୍ଜୀ ବର୍ତ୍ତମାନ ତୃଣମୂଳ କଂଗ୍ରେସର ସାଂସଦ ଅଟନ୍ତି।

୧୯୬୨ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା, ଯାହାଙ୍କର ଅବଦାନ ଯୋଗୁଁ ସେ ସମୟକୁ ଭାରତୀୟ ଫୁଟବଲର ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଥିଲା। ନିମୋନିଆ କାରଣରୁ ତାଙ୍କୁ ଶ୍ୱାସ ନେବାରେ କଷ୍ଟକର ହେଉଥିଲା।
ପାର୍କିନ୍ସନ୍ ରୋଗ, ଡାଇମେନ୍ସିଆ ଏବଂ ହୃଦଘାତରେ ମଧ୍ୟ ସେ ପୀଡ଼ିତ ଥିଲେ।
ମାର୍ଚ୍ଚ ୨ ତାରିଖରୁ ସେ କୋଲକାତାର ଏକ ହସ୍ପିଟାଲରେ ଲାଇଫ୍ ସପୋର୍ଟରେ ଥିଲେ ଏବଂ ପରିବାର ସଦସ୍ୟଙ୍କ କହିବାନୁସାରେ, ରାତି ୧୨:୪୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ପଶ୍ଚିମବଙ୍ଗର ଜାଲପାଇଗୁଡ଼ି ଉପକଣ୍ଠରେ ଥିବା ମୋୟନାଗୁଡ଼ିରେ ୨୩ ଜୁନ୍ ୧୯୩୬ ରେ ଜନ୍ମଗ୍ରହଣ କରିଥିବା ବାନାର୍ଜୀଙ୍କ ପରିବାର ବିଭାଜନ ପୂର୍ବରୁ ଜାମସେଦପୁରରେ ତାଙ୍କ ମାମୁଁଙ୍କ ସ୍ଥାନକୁ ସ୍ଥାନାନ୍ତର ହୋଇଥିଲେ।

ସେ ଜାତୀୟ ଦଳ ପାଇଁ ୮୪ ଟି ମ୍ୟାଚରେ ୬୫ ଟି ଆନ୍ତର୍ଜାତୀୟ ଗୋଲ ସ୍କୋର କରିଥିଲେ।

ବାନାର୍ଜୀ, ୧୯୯୨ ରେ ଜାକର୍ତ୍ତା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ବ୍ୟତୀତ ୧୯୬୦ ରୋମ ଅଲିମ୍ପିକ୍ସରେ ଭାରତର ନେତୃତ୍ୱ ନେଇଥିଲେ, ଯେଉଁଠାରେ ସେ ୧-୧ ଡ୍ର କରି ଫ୍ରାନ୍ସ ଦଳ ବିପକ୍ଷରେ ସମାନତା ହାସଲ କରିଥିଲେ।

ଏହାପୂର୍ବରୁ ବାନାର୍ଜୀ ୧୯୫୬ ମେଲବୋର୍ଣ୍ଣ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ଉପରେ ୪-୨ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଭାରତୀୟ ଫୁଟବଲରେ ବାନାର୍ଜୀଙ୍କ ଅବଦାନ ଫିଫା ଦ୍ୱାରା ଯଥାର୍ଥରେ ସ୍ୱୀକୃତ ହୋଇଥିଲା ଯାହା ତାଙ୍କୁ ୨୦୦୪ ରେ ଶତାବ୍ଦୀ ଅର୍ଡର ଅଫ୍ ମେରିଟ୍ ପ୍ରଦାନ କରିଥିଲା।