Odiapua.com

ପିଙ୍କି ପ୍ରଧାନଙ୍କ ନୂଆ ପ୍ରେରଣାଦାୟୀ ଗୀତ: “ଜିତିବୁ ଆମେ” ..

ଭୁବନେଶ୍ୱର: ପିଙ୍କଉଡ଼ କ୍ରିଏସନ୍ ଓ ଟିମ୍ ମିଡ଼ିଆ ପକ୍ଷରୁ , ସ୍ୱାଧୀନତାର ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ “ଆଜାଦୀ କା ଅମୃତ ମହୋତ୍ସବ” ପାଳନ ଅବସରରେ ସ୍ଥାନୀୟ ପ୍ରେସ୍ କ୍ଳବ୍ ପରିସରରେ ଓଲିଉଡ୍ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କର ଏକ ପ୍ରେରଣାଦାୟୀ ଗୀତ ଭିଡିଓ “ଜିତିବୁ ଆମେ” ରିଲିଜ୍ ହୋଇଛି। ଏହା ପ୍ରସିଦ୍ଧ ପ୍ରେରଣାଦାୟୀ ସଂଗୀତ ଇଂରାଜୀରେ “ଉଇ ସାଲ୍ ଓଭର୍ କମ୍” ହିନ୍ଦୀରେ “ହମ୍ ହୋଙ୍ଗେ କାମିୟାବ୍” ବା ଓଡ଼ିଆରେ “ଆମେ ବିଜୟୀ ହେବୁ”ର ରୁପାନ୍ତୀକରଣ। ପିଙ୍କଉଡ଼ କ୍ରିଏସନର ପ୍ରତିଷ୍ଠାତା ପିଙ୍କି ପ୍ରଧାନ ଓ ଟିମ୍ ଓଡ଼ିଆର ପରିଚାଳନା ନିର୍ଦ୍ଦେଶକ ନିଶିକାନ୍ତ ମିଶ୍ରଙ୍କ ମିଳିତ ଉଦ୍ୟମରେ ତଥା ବିକାଶ ଦାସଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗୀତିକାର ଦେବଦାସ ଛୋଟରାୟ ମୂଳ ରଚନାର ଅନୁବାଦ କରିଥିବା ବେଳେ ପିଙ୍କି ଏବଂ ବିକାଶଙ୍କ ସମେତ ୪ ଜଣ କୁନି କଳାକାର ମଧ୍ୟ ଏଥିରେ କଣ୍ଠଦାନ କରିଛନ୍ତି।

ଗୀତଟିର ରିଲିଜ୍ ଅବସରରେ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ, ଦିଲ୍ଲୀପ ତିର୍କୀ, ରଞ୍ଜନ କୁମାର ଦାସ, ଏଲ. ସି ପଟ୍ଟନାୟକ, ବିରେନ୍ଦ୍ର କୁମାର ବସ୍ତିଆ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଦେଶଭକ୍ତିକୁ ଜାଗ୍ରତ କରିବା ପାଇଁ ଏହି ଗୀତର ରୂପାନ୍ତର କରାଯାଇଛି ବୋଲି ପିଙ୍କି ମତବ୍ୟକ୍ତ କରିଛନ୍ତି। ଗୀତଟି ଦର୍ଶକଙ୍କ ମଧ୍ୟରେ ଭଲ ଆଦୃତ ହେବ ବୋଲି ଆଶା କରାଯାଉଛି।
-/Dr