Odiapua.com

ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଭାଇରାଲ୍ ଅଡିଓ: ପ୍ରତିକ୍ରିୟା ରଖିଲେ ପିଙ୍କି ପ୍ରଧାନ

ଭୁବନେଶ୍ୱର/ବ୍ରହ୍ମପୁର: ତହସିଲଦାରଙ୍କ ବଦଳି ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ କଥିତ ଅଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ। ଗଞ୍ଜାମ ଜିଲ୍ଲାର ଜଣେ ତହସିଲଦାରଙ୍କ ବଦଳି କରିବା ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟ ପାତ୍ର ଏବଂ ଅନ୍ୟ ଜଣେ ବାପି ନାମକ ବ୍ୟକ୍ତିଙ୍କ ବାର୍ତ୍ତାଳାପ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତହସିଲଦାରଙ୍କ ବଦଳି ସମ୍ପର୍କରେ ଭାଇରାଲ ହୋଇଥିବା ଅଡିଓରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କଥା ହେଉଥିବା ବ୍ୟକ୍ତି ଜଣଙ୍କ କୁକୁଡାଖଣ୍ଡିର ବ୍ଲକର ଜଣେ ନିର୍ବାଚିତ ପ୍ରତିନିଧି ହୋଇଥିବା କଥାବାର୍ତ୍ତାରେ ସ୍ପଷ୍ଟ ହେଉଛି। ଏହି ବାର୍ତ୍ତାଳାପ ସମୟରେ ତହସିଲଦାରଙ୍କ ବଦଳି ଫାଇଲ୍ ପ୍ରସ୍ତୁତ ହୋଇଯାଇଥିବା ବେଳେ ବର୍ତ୍ତମାନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଥିବାରୁ ତାହାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଥିବା କଥାବାର୍ତ୍ତା ସମୟରେ କହୁଥିବା ଜଣାପଡ଼ିଛି। ବାର୍ତ୍ତାଳାପ ସମୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ପାଞ୍ଚ ଜଣଙ୍କ କଥାରେ ପରିଚାଳିତ ନହେବା ସହିତ ପ୍ରଦୀପ ଏବଂ ତାଙ୍କ ସମୁଦିଙ୍କ ଘରେ ରେଡ୍ ହୋଇଥିବା ବିଷୟ ମଧ୍ୟ ଆଲୋଚନା କରାଯାଉଛି। କଥାରେ ବ୍ୟସ୍ତ, ବିବ୍ରତ ନହେବା ପାଇଁ କହୁଥିବା ସହିତ ସୂର୍ଯ୍ୟ ପାତ୍ର କଥାରେ ସଞ୍ଜମତା ନରଖି ଶବ୍ଦ ବ୍ୟବହାର କରୁଥିବା ଶୁଣାଯାଉଛି।


ତେବେ, ଏହା କେବଳ ମୋର ପ୍ରଶ୍ନ ନୁହେଁ, ସମସ୍ତ ସଚେତନ ରାଜ୍ୟବାସୀଙ୍କର ବୋଲି କହି ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ଗତ ନିର୍ବାଚନରେ ସୂର୍ଯ୍ୟ ପାତ୍ରଙ୍କ ବିରୋଧରେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ିଥିବା ଅଭିନେତ୍ରୀ, ନେତ୍ରୀ ପିଙ୍କି ପ୍ରଧାନ।
/-ଦେବଦତ୍ତ ରଥ