Odiapua.com

ପୁଣି ବଢ଼ିଲା ତୈଳ ଦର

ନୂଆ ଦିଲ୍ଲୀ ୨୪-୧୧ (ଓଡ଼ିଆ ପୁଅ) ଘରୋଇ ବଜାରରେ ପେଟ୍ରୋଲ-ଡିଜେଲ ମୂଲ୍ୟ ୪୮ ଦିନ ବିରତି ପରେ ଆଜି କ୍ରମାଗତ ଚତୁର୍ଥ ଦିନ ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲକୁ ପୁଣି ବୃଦ୍ଧି କରିଛନ୍ତି।
ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୬ ପଇସା ମହଙ୍ଗା ହୋଇଛି। ଦିଲ୍ଲୀରେ ପେଟ୍ରୋଲର ନୂତନ ମୂଲ୍ୟ ଲିଟର ପିଛା ୮୧.୫୯ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଭୁବନେଶ୍ୱରରେ ୬ ପଇସା ବୃଦ୍ଧି ପାଇ ପେଟ୍ରୋଲ ଦର ହେଉଛି ୮୨. ୧୯ ଟଙ୍କା। ଏଥି ସହିତ ଦିଲ୍ଲୀରେ ଡିଜେଲ ମୂଲ୍ୟରେ ଲିଟର ପିଛା ୧୬ ପଇସା ବୃଦ୍ଧି କରିବାକୁ ତୈଳ କମ୍ପାନୀଗୁଡିକ ଘୋଷଣା କରିଛନ୍ତି। ବର୍ତ୍ତମାନ ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୭୧.୪୧ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଭୁବନେଶ୍ୱରରେ ୧୭ ପଇସା ବୃଦ୍ଧି ପାଇ ଡିଜେଲ ଲିଟର ପିଛା ୭୭.୭୬ ଟଙ୍କା ହୋଇଛି।
୨୪ ନଭେମ୍ବରରେ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ-ଡିଜେଲ ମୂଲ୍ୟ।

– ଭୁବନେଶ୍ୱର ପେଟ୍ରୋଲ ହେଉଛି ୮୨. ୧୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୭.୭୬ ଟଙ୍କା।

– ଦିଲ୍ଲୀ ପେଟ୍ରୋଲ ହେଉଛି ୮୧. ୫୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୧.୪୧ ଟଙ୍କା।

– ମୁମ୍ବାଇ ପେଟ୍ରୋଲର ମୂଲ୍ୟ ୮୮. ୨୯ ଟଙ୍କା ଏବଂ ଲିଟର ପିଛା ଡିଜେଲ ୭୭.୯୦ ଟଙ୍କା।

– କୋଲକାତା ପେଟ୍ରୋଲ ହେଉଛି ଲିଟର ପିଛା ୮୩.୧୫ ଟଙ୍କା ଏବଂ ଡିଜେଲ ୭୪.୯୮ ଟଙ୍କା।

– ଚେନ୍ନାଇ ପେଟ୍ରୋଲ ହେଉଛି ୮୪.୬୪ ଟଙ୍କା ଏବଂ ଡିଜେଲ ହେଉଛି ୭୬. ୮୮ ଟଙ୍କା।

– ନୋଏଡା ପେଟ୍ରୋଲ ୮୨.୦୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୧.୮୬ ଟଙ୍କା।

– ଲକ୍ଷ୍ନୌ ପେଟ୍ରୋଲ ୮୧.୯୬ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୧.୮୦ ଟଙ୍କା।

– ପାଟନା ପେଟ୍ରୋଲ ୮୪.୨୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୬.୯୪ ଟଙ୍କା।

– ଚଣ୍ଡିଗଡ଼ ପେଟ୍ରୋଲ ୭୮.୫୬ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୧.୧୬ ଟଙ୍କା।

ପ୍ରତିଦିନ ୬ ଟା ରେ ମୂଲ୍ୟ ବଦଳିଯାଏ।

ସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ଛଅଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ହାର ଲାଗୁ ହୋଇଛି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଥାଏ।