Odiapua.com

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ଗୋଟିଏ ଦିନ ବ୍ରେକ ପରେ ପୁଣି ୨୩ତମ ଦିନରେ ଆଜି ପୁଣି ବଢ଼ିଛି ପେଟ୍ରୋଲ-ଡିଜେଲ ଦର। ଗତକାଲି ଦରରେ ପ୍ରାୟ କୌଣସି ପରିବର୍ତ୍ତନ ହୋଇନଥିଲା। କିନ୍ତୁ ଆଜି ଦିଲ୍ଲୀରେ ପେଟ୍ରୋଲ ଦରରେ ୫ ପଇସା ଏବଂ ଡିଜେଲ ଦରରେ ୧୩ ପଇସା ବୃଦ୍ଧି ପାଇଛି।

ଏହା ପରେ ଆଜି ନୂଆ ଦିଲ୍ଲୀରେ ପେଟ୍ରୋଲ ଦର ୮୦.୪୩ ଟଙ୍କା ପ୍ରତି ଲିଟର ହୋଇଥିବା ବେଳେ ଡିଜେଲ ଦର ୮୦.୫୩ ଟଙ୍କା ପ୍ରତି ଲିଟର ହୋଇଛି।
ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦର ୮୪.୦୫ ଟଙ୍କା ପ୍ରତି ଲିଟର ହୋଇଥିବା ବେଳେ ଡିଜେଲ ଦର ୮୧.୦୧ ଟଙ୍କା ପ୍ରତି ଲିଟର ହୋଇଛି।

ଅନ୍ୟ ସହର ଗୁଡ଼ିକର ଦର

ସହର ପେଟ୍ରୋଲ ଦର ଡିଜେଲ ଦର

ମୁମ୍ବାଇ ୮୭.୧୯ ୮୦.୫୩
କୋଲକାତା ୮୫.୬୩ ୮୨.୧୦