Odiapua.com

କ୍ରମାଗତ ନବମ ଦିନ ବଢ଼ିଲା ପେଟ୍ରୋଲ ଦର

ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) ପେଟ୍ରୋଲ-ଡିଜେଲର ଦରରେ ଲାଗିଛି ନିଆଁ। କ୍ରମାଗତଭାବେ ନବମ ଦିନ ବଢ଼ିଛି ତୈଳ ଦର।

ପେଟ୍ରୋଲ-ଡିଜେଲର ଦର ଆଜି ପୁଣି ବଢ଼ିଛି। ସୋମବାରଦିନ ପେଟ୍ରୋଲ ଦର ଭୁବନେଶ୍ୱରରେ ୬୩ ପଇସା ବୃଦ୍ଧି ପାଇ ୭୬.୩୦ ଟଙ୍କା ପ୍ରତି ଲିଟରରେ ପହଁଚିଛି। ଦିଲ୍ଲୀରେ ୬୨ ପଇସା ବୃଦ୍ଧି ପାଇ ୭୫.୭୮ ଟଙ୍କା ପ୍ରତି ଲିଟରରେ ପହଁଚିଛି। କୋଲକାତାରେ ୫୯ ପଇସା ବୃଦ୍ଧି ପାଇ ୭୭.୬୪ ଟଙ୍କା ପ୍ରତି ଲିଟରରେ ପହଁଚିଛି। ମୁମ୍ବାଇରେ ୬୦ ପଇସା ବୃଦ୍ଧି ପାଇ ୮୨.୭୦ ଟଙ୍କା ପ୍ରତି ଲିଟରରେ ପହଁଚିଛି।

ସେହିପରି ସୋମବାରଦିନ ଜିଜେଲ ଦର ଭୁବନେଶ୍ୱରରେ ୬୩ ପଇସା ବୃଦ୍ଧି ପାଇ ୭୨.୩୦ ଟଙ୍କା ପ୍ରତି ଲିଟରରେ ପହଁଚିଛି। ଦିଲ୍ଲୀରେ ୬୪ ପଇସା ବୃଦ୍ଧି ପାଇ ୭୪.୦୩ ଟଙ୍କା ପ୍ରତି ଲିଟରରେ ପହଁଚିଛି। କୋଲକାତାରେ ୫୭ ପଇସା ବୃଦ୍ଧି ପାଇ ୬୯.୮୦ ଟଙ୍କା ପ୍ରତି ଲିଟରରେ ପହଁଚିଛି। ମୁମ୍ବାଇରେ ୬୧ ପଇସା ବୃଦ୍ଧି ପାଇ ୭୨.୬୪ ଟଙ୍କା ପ୍ରତି ଲିଟରରେ ପହଁଚିଛି।