Odiapua.com

ଟିମ ଇଣ୍ଡିଆକୁ ୱେଷ୍ଟ ଇଣ୍ଡିଜ୍ ରେ ଆକ୍ରମଣ ଧମକ, ପାକିସ୍ଥାନ BCCI କୁ ଦେଲା ଖବର

ନୂଆ ଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) ଇଣ୍ଡିଆନ୍ କ୍ରିକେଟ ଟିମଉପରେ ଆକ୍ରମଣ କରି ସମାପ୍ତ କରିବା ପରି ଧମକ ଦେଇଥିବା ଖବର ଗଣମାଧ୍ୟମ ଜରିଆରେ ସାମନାକୁ ଆସିଛି। ତା’ ପରେ ୱେଷ୍ଟ ଇଣ୍ଡିଜ ଗସ୍ତରେ ଯାଇଥିବା ଭାରତୀୟ ଟିମର ସୁରକ୍ଷା ବଢ଼ାଇ ଦିଆଯାଇଛି। ପାକିସ୍ଥାନୀ ନ୍ୟୁଜ୍ ଚ୍ୟାନେଲ୍ ଜିଓ ଟିଭିର ଖବର ଅନୁସାରେ, ଭାରତୀୟ ଟିମକୁ ସମାପ୍ତ କରିବାର ଧମକପୂର୍ଣ୍ଣ ଇମେଲ ପାକିସ୍ଥାନ କ୍ରିକେଟ ବୋର୍ଡ ନିକଟକୁ ଆସିଛି। ପିସିବି ଏହାକୁ ବିସିସିଆଇ (BCCI) ଜଣାଇଛି ଏବଂ ଭାରତୀୟ ବୋର୍ଡ ଗୃହ ମନ୍ତ୍ରଣାଳୟକୁ ଏହି ବିଷୟରେ ସୂଚନା ଦେଇଛି।

ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡକୁ ମଧ୍ୟ ଏହି ବିଷୟରେ ଜଣାଇଦିଆଯାଇଛି। ଇଣ୍ଡିଜ୍ ବୋର୍ଡ ଯଥା ସମ୍ଭବ ସାହାଯ୍ୟ କରିଭାର ଭରସା ଦେଇଛି। ଏବେ ଭାରତୀୟ ଟିମର ବସ ସାଥିରେ ଏକ ଏସ୍କର୍ଟ ଗାଡ଼ି ମଧ୍ୟ ଯିବ ବୋଲି କୁହାଯାଇଛି।

ରିପୋର୍ଟରେ କୁହାଯାଇଛିକି ଟିମ ଇଣ୍ଡିଆର ମ୍ୟାନେଜର ସୁନୀଲ ସୁବ୍ରମଣ୍ୟବମ ସମସ୍ତ ଖେଳାଳିମାନଙ୍କୁ ଏହି ବିଷୟରେ ଜଣାଇ ଦେଇଛନ୍ତି। ସମସ୍ତଙ୍କୁ ସଚେତନ ରହିବାକୁ କୁହାଯାଇଛି। ଏହା ସହିତ କାହାର ଆସିବା ଯିବା କୁ ନେଇକରି ସୂଚନା ଦେବାକୁ କୁହାଯାଇଛି।

କୁହାଯାଉଛି କି ଧମକ ଭରା ମେଲ ସାମନାକୁ ଆସିବା ପରେ ତିନୋଟି ମିଟିଂ କରାଯାଇଛି। ଏଥିରେ ଇଣ୍ଡିଜ ବୋର୍ଡ ବ୍ୟତୀତ ଖେଳାଳିମାନଙ୍କ ସହିତ ମଧ୍ୟ ଅଲଗା ମିଟିଂ କରାଯାଇଥିଲା।

କୁହାଯାଇପାରେଯେ, କି କୌଣସି ମଧ୍ୟ ଟିମର ଗସ୍ତ ସମୟରେ ସୁରକ୍ଷାର ଦାୟୀତ୍ତ୍ୱ ହୋଷ୍ଟ ବୋର୍ଡ କରିଥାଏ। ଏପରି କ୍ଷେତ୍ରରେ ୱେଷ୍ଟଇଣ୍ଡିଜ ମଧ୍ୟ ଏହି ଧମକକୁ ଗମ୍ଭୀରତା ସହିତ ନେଇଛି। ଇଣ୍ଡିଜ ବୋର୍ଡର ଅଧିକାରୀମାନେ ବିସିସିଆଇ ଅଧିକାରୀମାନଙ୍କ ସହିତ ବୈଠକ କରିଛନ୍ତି।

ସୂଚନାଯୋଗ୍ୟଯେ, ଇଣ୍ଡିଆ ୩ ଟି-୨୦, ୨ଟି ୱାନଡେ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇଛି। ସେହି ଅନୁଯାୟୀ ଟି-୨୦ ଏବଂ ୱାନଡେ ସିରିଜ୍ ସମ୍ପୂର୍ଣ୍ଣ ହୋଇସାରିଛି। ଏବେ ୱେଷ୍ଟଇଣ୍ଡିଜ୍ ଖେଳ ବାକୀ ଅଛି। ଏବେ ଭାରତୀୟ ଟିମ ଏଣ୍ଟିଗାରେ ଅଛି ଯେଉଁଠାରେ ୨୨ ଅଗଷ୍ଟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଲାଯିବ। ଏହି ମ୍ୟାଚ୍ ୨୭ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ତା’ ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ୩୦ ଅଗଷ୍ଟରେ ହେବ।