Odiapua.com

ପ୍ରିୟଙ୍କା ଭଦ୍ରା(ଗାନ୍ଧୀ)ଙ୍କ ସହ ସନ୍ନି ଲିଓନିଙ୍କ ତୁଳନା!

ନୂଆଦିଲ୍ଲୀ/ମୁମ୍ବାଇ:କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଭଦ୍ରା (ଗାନ୍ଧୀ)ଙ୍କୁ ପର୍ଣ୍ଣ ଷ୍ଟାର ସନି ଲିଓନିଙ୍କ ସହ ତୁଳନା କରିଛନ୍ତି ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀ।ଏହାକୁ ନେଇ ବିଭିନ୍ନ ମହଲରୁ ପାୟଲଙ୍କୁ ସମାଲୋଚନା କରାଯିବା ପରେ ତା’ର ଜବାବ ରଖିଛନ୍ତି ପାୟଲ।କହିଛନ୍ତି ଏଥିରେ ଅସୁବିଧା କୋଉଠି?

ପାୟଲ ରୋହତଗୀ ଆଣ୍ଡ ଟିମ ପକ୍ଷରୁ ପ୍ରିୟଙ୍କା ଭଦ୍ରା/ଗାନ୍ଧୀଙ୍କୁ ପର୍ଣ୍ଣ ଷ୍ଟାର ସନି ଲିଓନିଙ୍କ ତୁଳନା କରାଯାଇ ଟ୍ୱିଟ କରାଯାଇଥିଲା।ଏହାପରେ ବିଭିନ୍ନ ମହଲରୁ ପାୟଲ ଟ୍ରୋଲର ଶିକାର ହେଲେ।ତେବେ ଏଥିରେ ନରମି ନ’ଯାଇ ଓଲଟି ପାୟଲ ତାଙ୍କ କଥାକୁ ଠିକ୍ ସାବ୍ୟସ୍ତ କରିବାକୁ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି।

https://twitter.com/Payal_Rohatgi/status/1088697369779228673?s=19

ପାୟଲ କହିଛନ୍ତି “ଯେଉଁମାନେ କଂଗ୍ରେସକୁ ସମର୍ଥନ କରନ୍ତି,ଯେଉଁମାନେ ମିଶି ଏମଜେ ଆକବରଙ୍କ ଉପରେ ଦୋଷାରୋପ କରିଥିଲେ,ତାଙ୍କ ଇସ୍ତଫା ଦାବି କରିଥିଲେ,ସେମାନେ ଏବେ ମୋ ବିରୋଧରେ ପଡିଯାଇଛନ୍ତି।କାରଣ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ତୁଳନା ସନ୍ନି ଲିଓନିଙ୍କ ସହିତ କରିଥିଲି।ସେମାନଙ୍କୁ ଲାଗିଲା ମୁଁ ଏକ ମସ୍ତବଡ଼ ଭୁଲ ତୁଳନା କରିଦେଇଛି।ତେବେ ମୁଁ କହିବାକୁ ଚାହୁଁଛି,ମୁଁ କ’ଣ ଭୁଲ କଲି?ସେମାନେ ଉଭୟ ମହିଳା।ଏବଂ ଆମେମାନେ ତ’ ସନ୍ନି ଲିଓନିଙ୍କୁ ପ୍ରମୋଟ କରୁଛେ,ଜଣେ ଶକ୍ତ ନାରୀ ଭାବରେ,ଆଦର୍ଶ ନାରୀ ଭାବରେ।ଯିଏ ନିଜର ଏକ ପେଶା/ବୃତ୍ତି ପସନ୍ଦ କରିଛନ୍ତି।ଏବଂ ଯିଏ ନିଜର ପେଶାକୁ ନେଇ ଲଜ୍ଜା ଅନୁଭବ କରନ୍ତି ନାହିଁ।ସେ ମହିଳାଙ୍କ ପାଇଁ ଗର୍ବ କହି ଭାରତରେ ସେକୁଲର(ଧର୍ମ ନିରପେକ୍ଷ)ମିଡିଆରେ ପ୍ରଚାର କରାଯାଏ।ସନ୍ନି ଲିଓନି ଏବଂ ପ୍ରିୟଙ୍କା ଏକଏକ ପେଶାକୁ ପସନ୍ଦ କରିଛନ୍ତି।ଯେତେବେଳେ କି ଉଭୟଙ୍କ ପାଖରେ ସେହି ପେଶାରେ ଆବଶକୀୟ ଦକ୍ଷତା ନାହିଁ।ସନ୍ନି ଲିଓନି ଜଣେ ନାମକରା କଳାକାର ନଥିଲେ,ତାଙ୍କ ପୂର୍ବ ପେଶା ପର୍ଣ୍ଣ ଫିଲ୍ମ ଆଧାରରେ ମହେଶ ଭଟ୍ଟ ତାଙ୍କୁ ବଲିଉଡରେ ପ୍ରମୋଟ କରାଇଲେ।ସେହିପରି ପ୍ରିୟଙ୍କା ମଧ୍ୟ ତାଙ୍କ ନୂଆ ପେଶା,ରାଜନୀତିରେ ନୂଆ ପାଦ ଦେଇଛନ୍ତି।”ଗାନ୍ଧୀ” ସାଙ୍ଗିଆ ଯୋଗୁଁ ପ୍ରିୟଙ୍କାଙ୍କୁ ସୁଯୋଗ ମିଳିଛି।ସେହିପରି ଉଭୟଙ୍କର ସ୍ୱାମୀ ସେମାନଙ୍କୁ ପ୍ରମୋଟ(ପ୍ରୋତ୍ସାହନ) କରାନ୍ତି,ସହଯୋଗ କରନ୍ତି।

ତେଣୁ ଏଠି ଉଭୟଙ୍କ ମଧ୍ୟରେ ତୁଳନାରେ ଭୁଲ ରହିଲା କେଉଁଠି?ତେବେ ଆପଣମାନେ ପର୍ଣ୍ଣ ପେଶାକୁ କ’ଣ ଖରାପ ଭାବୁଛନ୍ତି?ଯଦି ସେପରି ଭାବୁଛନ୍ତି,ତେବେ କାହିଁକି ଆପଣମାନେ ସନ୍ନି ଲିଓନିଙ୍କୁ ଶକ୍ତ ମହିଳା ଭାବରେ ପ୍ରମୋଟ କରୁଥିଲେ?ଏହା ଆପଣ ମାନଙ୍କର ଦୋମୁହାଁ ନୀତି ନୁହେଁ କି?ହାତୀର ଦାନ୍ତ ଖାଇବାକୁ ଅଲଗା,ଦେଖାଇବାକୁ ଅଲଗା ବୋଲି କହିଛନ୍ତି ପାୟଲ।/ଦେବଦତ୍ତ