Odiapua.com

ଛି, ଘୃଣ୍ୟ କାର୍ଯ୍ୟ : ଗୁପ୍‌ଚୁପ୍‌ ପାଣିରେ ପରିସ୍ରା ମିଶାଉଛି, ଭିଡ଼ିଓ ଭାଇରାଲ୍‌, ଆପଣ କ’ଣ କହିବେ?

ନୂଆ ଦିଲ୍ଲୀ ୨୨ ଅଗଷ୍ଟ (ଓଡ଼ିଆ ପୁଅ) ସୋସିଆଲ ମିଡିଆରେ ଏକ ଅତି ଘୃଣ୍ୟ ଭିଡ଼ିଓ କ୍ଲିପ୍ ଭାଇରାଲ୍ ହୋଇଛି। ଯାହା ଗ୍ରାହକଙ୍କୁ ଦିଆଯିବାକୁ ଥିବା ଗୁପ୍‌ଚୁପ୍‌ ପାଣିରେ ପରିସ୍ରା ମିଶ୍ରଣ କରିବାର ଏକ ରାସ୍ତାର ପାର୍ଶ୍ୱ ବିକ୍ରେତାର ଜଘଣ୍ୟ ଘୃଣ୍ୟ କାର୍ଯ୍ୟକୁ ଦର୍ଶାଉଛି। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏଥିରେ ଆଶ୍ଚର୍ଯ୍ୟ ପେରକଟ କରିବା ସହିତ କ୍ରୋଧଭାବ ପ୍ରକାଶ କରିଛନ୍ତି।

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ଚକିତ! ଗୌହାଟୀରେ ଜଣେ ଷ୍ଟ୍ରିଟ୍ ଭେଣ୍ଟର ଗୁପ୍‌ଚୁପ୍‌ ସେଲର୍‌କୁ ଗିରଫ କରାଯାଇଛି ଯେଉଁଥିରେ ସେ ତା’ର ମୂତ୍ରକୁ ଗୁପ୍‌ଚୁପ୍‌ ପାଣିରେ ମିଶାଇ ଦେଉଥିବାର ଦେଖାଯାଉଛି। ଏହି କ୍ଲିପ୍ ଅନୁଯାୟୀ ଆସାମରେ ଏହି ଘଟଣା ଘଟିଛି ଏବଂ ଷ୍ଟିଟ୍‌ ଭେଣ୍ଡରକୁ ଏହି କାର୍ଯ୍ୟ ପାଇଁ ଗିରଫ କରାଯାଇଛି। ଅବଶ୍ୟ ଏହା ଅତି ଘୃଣ୍ୟ କାର୍ଯ୍ୟ ଆମକୁ ମଧ୍ୟ ଲେଖିବାକୁ ଘୃଣାଲାଗୁଥିଲା। କିନ୍ତୁ ଏହା ସମସ୍ତ ରାସ୍ତାକଡ଼ ଖାଦ୍ୟ ସେବନ କରୁଥିବା ଲୋକଙ୍କ ପାଇଁ ଜାଣିବା ଜରୁରୀ। ଆପଣ ଦେଖନ୍ତୁ ଭିଡ଼ିଓ ଏବଂ ଦିଅନ୍ତୁ ମନ୍ତବ୍ୟ।