Odiapua.com

UNSC ରୁ ଫେଲ ହେବା ପରେ ବାଉଳା ହେଉଛି ପାକିସ୍ଥାନ, କାଶ୍ମୀର ବିଷୟକୁ ନେଇ ଅନ୍ତରାଷ୍ଟ୍ରୀୟ କୋର୍ଟ ଯିବ

ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରୁ ବିଫଳ ହେବାପରେ ପାକିସ୍ତାନ ବାଉଳା ହେଉଛି। କାଶ୍ମୀର ବିଷୟ ଉପରେ ପାକିସ୍ତାନର ଏବେ ନୂଆ ଚିନ୍ତାଧାରା। ପାକିସ୍ତାନୀ ମିଡ଼ିଆ ରିପୋର୍ଟ୍ସ ମୁତାବକ ପାକିସ୍ତାନ ନିଷ୍ପତି ନେଇଛି ଯେ, କାଶ୍ମୀର ବିଷୟକୁ ନେଇକରି ଅନ୍ତରାଷ୍ଟ୍ରୀୟ କୋର୍ଟ ଯିବ। ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମୂଦ କୁରୈଶୀ ଏହାର ଘୋଷଣା କରିଛନ୍ତି।

 

ସୂଚନାଯୋଗ୍ୟଯେ, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ୧୫ଟି ଦେଶର ସଦସ୍ୟତା ଥିବା ପରିଷଦର ଅଧିକାଂଶ ଦେଶ ଏହି କଥାରେ ଜୋର ଦେଲେ କି ଏହା ଭାରତ ଏବଂ ପାକ ମଧ୍ୟରେ ଏକ ଦ୍ଵିପକ୍ଷୀୟ ମାମଲା ଅଟେ। ଚୀନର ଅନୁରୋଧ ପରେ ୧୬ ଅଗଷ୍ଟ ଡକାଯାଇଥିଲା ଏହି ଅନୌପଚାରିକ ବୈଠକ। ପ୍ରାୟତଃ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ତା’ ପରେ ସଂଯୁକ୍ତ ରାଷ୍ଟ୍ରରେ ଚୀନର ରାଜଦୂତ ଝାଙ୍ଗ ଜୁନ ଏବଂ ପାକିସ୍ତାନର ରାଜଦୂତ ମଲୀହା ଲୋଦୀ ଜଣେ ଜଣେ କରି ଟିପ୍ପଣୀ ଦେଇଥିଲେ ଏବଂ ସଂବାଦଦାତାମାନଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ।

ସୂତ୍ରରୁ ଜଣାପଡ଼ିଛିଯେ, ୟୁଏନଏସସି ଅଧ୍ୟକ୍ଷ ଚର୍ଚ୍ଚା କରିବା ପରେ କହିଲେ କି ପାକିସ୍ତାନ ଦ୍ଵାରା କାଶ୍ମୀର ବିଷୟ ସଂଯୁକ୍ତ ରାଷ୍ଟ୍ରରେ ଉଠାଇବାର କୌଣସି ଆଧାର ନାହିଁ। ଏହି ବିଷୟରେ ମଧ୍ୟ ପାକିସ୍ଥାନ କଥାରେ କୌଣସି ଦମ ନଥିଲା।