ସୁଇଜରଲ୍ୟାଣ୍ଡ: ୟୁରୋପୀୟ ଦେଶ ସ୍ୱିଜରଲ୍ୟାଣ୍ଡ ଏକ ଆତ୍ମଘାତୀ ସହାୟତା ଯନ୍ତ୍ର (ସୁଇସାଇଡ୍ ମେସିନ୍)କୁ ଆଇନଗତ ଅନୁମୋଦନ ଦେଇଛି। ଏହି ମେସିନ୍ ଆତ୍ମହତ୍ୟା ପ୍ରକ୍ରିୟାକୁ ମାତ୍ର ଗୋଟେ ମିନିଟରେ ସମାପ୍ତ କରିଥାଏ। ଏକ କଫିନ୍ ଆକୃତିର ଏହି ସୁଇସାଇଡ୍ ମେସିନକୁ ସ୍ୱିଜରଲ୍ୟାଣ୍ଡ ଆଇନଗତ ଅନୁମୋଦନ ଦେଇଛି। ଏହି ଯନ୍ତ୍ର ସାହାଯ୍ୟରେ ଯେ କେହି ମାତ୍ର ଗୋଟେ ମିନିଟ୍ ମଧ୍ୟରେ ଯନ୍ତ୍ରଣା ବିନା ଶାନ୍ତିରେ ମୃତ୍ୟୁ ବରଣ କରିପାରିବେ। କୁହାଯାଉଛି ଯେ ମେସିନ୍ ଭିତରେ ଅମ୍ଳଜାନର ସ୍ତର ବହୁତ କମ୍ ହୋଇଯାଏ, ଯେଉଁ କାରଣରୁ ହାଇପୋକ୍ସିଆ ଏବଂ ହାଇପୋକାପ୍ନିଆ ହେତୁ ବ୍ୟକ୍ତି ମୃତ୍ୟବରଣ କରିଥାଏ। ଏହି ମେସିନ୍ ଭିତରେ ବସି ମଧ୍ୟ ସଞ୍ଚାଳନ କରାଯାଇ ପାରିବ। ଏହି ଯନ୍ତ୍ର ଏପରି ରୋଗୀଙ୍କ ପାଇଁ ସହାୟକ ହୋଇଥାଏ, ଯେଉଁମାନେ ଅସୁସ୍ଥତା ହେତୁ କଥା ହେବା କିମ୍ବା ଚଳପ୍ରଚଳ କରିବାରେ ଅସମର୍ଥ ଅଟନ୍ତି। ଉପଭୋକ୍ତାଙ୍କୁ ଏହି ମେସିନକୁ ନିଜ ପସନ୍ଦର ସ୍ଥାନକୁ ନେବାକୁ ପଡ଼ିବ। ମେସିନର ଡିଗ୍ରେଡେବଲ୍ କ୍ୟାପସୁଲ୍ ପରେ ଅଲଗା ହୋଇଯାଏ ଯାହାଦ୍ୱାରା ଏହାକୁ ଏକ କଫିନ୍ ଭାବରେ ବ୍ୟବହାର କରାଯାଇ ପାରିବ। ଏହି ଆତ୍ମହତ୍ୟା ମେସିନକୁ ‘ଡକ୍ଟର ଡେଥ୍’ କୁହାଯାଏ।
-/DevDr