Odiapua.com

ଅନୈତିକ ସଂପର୍କ ପାଇଁ ଘରୁ ବିଦା ହେଲା କୁକୁର

ତିରୁବନନ୍ତପୁରମ, ୨୪।୭(ଓଡିଆ ପୁଅ/ପଙ୍କଜିନୀ ନାୟକ): ଆଜ୍ଞା ହଁ, ଅନୈତିକ ସଂପର୍କ ପାଇଁ ଘରୁ ବିଦା ହେଲା କୁକୁର। ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିଲେ। ମାତ୍ର ଏହା ସଂପୂର୍ଣ୍ଣ ରୂପେ ସତ୍ୟ। କୁକୁରର ଆଉ କାହା ସହ ଅବୈଧ ସମ୍ପର୍କ ଥିବା କହି ଜଣେ ମାଲିକ ନିଜର ପୋଷା କୁକୁରକୁ ଘରୁ ତଡ଼ି ଦେଇଥିବା ଦେଖିବାକୁ ମିଳିଛି। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେରଳର ତିରୁବନନ୍ତପୁରମରେ।

ରାତିରେ ପ୍ରବଳ ବର୍ଷା ହେଉଥିବାବେଳେ କୁକୁରଟିକୁ ତାହାର ମାଲିକ ଘରୁ ତଡ଼ିଦେଇଥିଲେ। କୁକୁରଟି ବିପଦ ଅବସ୍ଥାରେ ରାସ୍ତାରେ ବୁଲୁଥିବାବେଳେ ତାହାକୁ ପିପୁଲ ଫର ଆନିମଲସର ସଚିବ ଲତା ଉଦ୍ଧାର କରିଥିଲେ।

ତେବେ କୁକୁରଟିର ବେକରେ ଏକ ଚିଠି ଝୁଲୁଥିଵା ଦେଖିବାକୁ ମିଳିଥିଲା। ଏହି ଚିଠିରେ କୁକୁର ମାଲିକ ଜଣକ ଲେଖିଥିଲେ ଯେ ଏହି କୁକୁରର ଅନ୍ୟ କୁକୁରଙ୍କ ସହ ଅବୈଧ ସମ୍ପର୍କ ଥିବାରୁ ତାହାକୁ ଘରୁ ତଡିଦିଆଯାଇଛି। ମାଲିକ ଜଣକ ଲେଖିଥିଲେ ଯେ କୁକୁରଟିର ଭଲ ଭାବେ ଯତ୍ନ ନିଆଯାଏ। ତେବେ କୁକୁରଟିର ଖରାପ ଗୁଣ ହେଉଛି ଯେ ସେ ଲମ୍ବା ସମୟ ଧରି ଭୁକିଥାଏ।

ଏହା ଲେଖି ମାଲିକ ଜଣକ କୁକୁରକୁ କାଢ଼ିଦେଇଥିଲେ। ତେବେ ପିପୁଲସ ଫର ଆନିମଲସ ସଦସ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତି କିଭଳି ଏତେ ନିଷ୍ଠୁର ହୋଇପାରିବ। ପଶୁଟି କଥା କହିପାରେନି ବୋଲି ଏଭଳି କଣ କରାଯାଏ।