Odiapua.com

ମାଲିରେ ଫ୍ରେଞ୍ଚ ଏୟାରଷ୍ଟ୍ରାଇକରେ ୫୦ରୁ ଅଧିକ ଅଲକାଏଦା ଆତଙ୍କବାଦୀ ନିହତ ହୋଇଛନ୍ତି

ନୂଆ ଦିଲ୍ଲୀ ୩-୧୧ (ଓଡ଼ିଆ ପୁଅ) ଫ୍ରାନ୍ସ ସରକାର ସୋମବାର କହିଛନ୍ତି ଯେ, ଗତ ସପ୍ତାହରେ ଏହି ଅଞ୍ଚଳରେ ଜିହାଦୀ ବିରୋଧୀ ଶକ୍ତି ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସମୟରେ ଅଲ-କାଏଦା ସଂଯୁକ୍ତ ୫୦ ରୁ ଅଧିକ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା।

ଖବର ଅନୁଯାୟୀ, ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ କହିଛନ୍ତି, “ମୁଁ ଏକ ମହତ୍ୱପୂର୍ଣ୍ଣ ଅପରେସନକୁ ପ୍ରକାଶ କରିବାକୁ ଚାହୁଁଛି, ଯାହାକି ଅକ୍ଟୋବର ୩୦ ରେ ମାଲିରେ ବାରଖାନେ ଫୋର୍ସ ଦ୍ୱାରା କରାଯାଇଥିଲା, ଯାହା ୫୦ ରୁ ଅଧିକ ଜିହାଦବାଦୀଙ୍କୁ ଏନକାଉଁଣ୍ଟର କରାଯିବା ସହ ଅସ୍ତ୍ରଶସ୍ତ୍ର ଏବଂ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛନ୍ତି।

ଫ୍ରାନ୍ସର ସାମରିକ ମୁଖପାତ୍ର କର୍ଣ୍ଣେଲ ଫ୍ରେଡେରିକ୍ ବାରବ୍ରି କହିଛନ୍ତି ଯେ, ଚାରିଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

ବିସ୍ଫୋରକ ସାମଗ୍ରୀ ଏବଂ ଆତ୍ମହତ୍ୟା ପୋଷାକ ମିଳିଥିବା କଥା ସେ ସାମ୍ବାଦିକମାନଙ୍କୁ କହିଛନ୍ତି। ଏହା ସହ ସେ କହିଛନ୍ତିଯେ, ଏହି ଗୋଷ୍ଠୀ ଏହି ଅଞ୍ଚଳରେ ସେନାର ସ୍ଥିତି ଉପରେ ଆକ୍ରମଣ କରିବାକୁ ଚେଷ୍ଟାକରୁଥିଲେ।

ପାର୍ଲୀ କହିଛନ୍ତି ଯେ, ରାଜଧାନୀ ବାମାକୋରେ ମାଲିର ଟ୍ରାନ୍ଜିସନାଲ ସରକାରଙ୍କ ସଦସ୍ୟଙ୍କ ସହ ଆଲୋଚନା ପରେ, ବୁର୍କିନା ଫାସୋ ଏବଂ ନାଇଜର ସୀମା ନିକଟରେ ଥିବା ଏକ ଅଞ୍ଚଳରେ ଏହି ଫରାସୀ ଅପରେସନ ହୋଇଥିଲା ଯେଉଁଠାରେ ସରକାରୀ ସୈନ୍ୟମାନେ ଇସଲାମ ବିଦ୍ରୋହ ସହ ଲଢିଥିଲେ।

ଡ୍ରୋନ୍ ଦ୍ୱାରା “ତିନି ସୀମା” ଅଞ୍ଚଳରେ ଏକ “ବହୁତ ବଡ” ମୋଟରସାଇକେଲ୍ କାରଭାନ୍ ଚିହ୍ନଟ କରିବା ପରେ ଏହି ଆକ୍ରମଣ କରାଯାଇଥିଲା ବୋଲି ସେ କହିଛନ୍ତି।

ବିଦ୍ରୋହୀମାନେ ନୀରିକ୍ଷଣରୁ ବଞ୍ଚିବା ପାଇଁ ଏହାକୁ ଗଛ ତଳେ ଘୋଡାଇ ରଖିଥିବା ବେଳେ ଫ୍ରାନ୍ସ ସୈନ୍ୟମାନେ ଦୁଇଟି ମିରାଜ୍ ଯୁଦ୍ଧ ବିମାନ ଏବଂ ଡ୍ରୋନ୍ ପଠାଇ ଆତଙ୍କବାଦୀଙ୍କୁ ମାରିଥିଲେ ବୋଲି ପାର୍ଲି କହିଛନ୍ତି। ସେ କହିଛନ୍ତିଯେ, ପ୍ରାୟ ୩୦ ଟି ମୋଟରସାଇକେଲ ନଷ୍ଟ କରାଯାଇଛି।