ଭୁବନେଶ୍ୱର: ସମ୍ମାନଜନକ ‘ବ୍ଲୁ-ଫ୍ଲାଗ୍’ ମାନ୍ୟତା ହାସଲ କରିଥିବା ସ୍ୱର୍ଣ୍ଣିଳ ପୁରୀ ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଏକ cafeteria ଲୋକାର୍ପିତ ହୋଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆଜି ଏହି କାଫ୍ଟେରିଆକୁ ଲୋକାର୍ପଣ କରିବା ସହ ଓଟିଡିସି ଦ୍ୱାରା ପରିଚାଳିତ ଏହି cafeteria ଖୁବଶୀଘ୍ର ପର୍ଯ୍ୟଟକଙ୍କ ଆଦୃତି ଲାଭ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ପୁରୀ ବେଳାଭୂମିକୁ ଅଧିକ ମନୋରାମ ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ବ୍ଲୁ-ଫ୍ଲାଗ ବିଚରେ ଏକ cafeteria ପରିଚାଳନା ନିମନ୍ତେ ଓଟିଡିସିକୁ ସୁଯୋଗ ଦେଇଥିବାରୁ ଶ୍ରୀମୟୀ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି cafeteria ପର୍ଯ୍ୟଟକ ମାନଙ୍କୁ ପୁରୀ ବେଳାଭୂମିକୁ ଉପଭୋଗ କରିବାରେ ସହାୟକ ହେବ।
ପୁରୀର ସ୍ୱର୍ଣ୍ଣିମ ବେଳାଭୂମିକୁ ସମ୍ମାନଜନକ ବ୍ଲୁ-ଫ୍ଲାଗ୍ ମାନ୍ୟତା ମିଳିଥିବାରୁ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସନ୍ତୋଷ ବ୍ୟକ୍ତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ଦୂରଦୃଷ୍ଟି ତଥା ପ୍ରଶାସନିକ କଳର ନିଷ୍ଠାପର ଉଦ୍ୟମ ଯୋଗୁ ପୁରୀ ବେଳାଭୂମିକୁ ଏହି ସମ୍ମାନ ମିଳିପାରିଛି ବୋଲି ସେ କହିଛନ୍ତି। Cafeteria ସମ୍ପର୍କରେ ସୂଚନା ଦେଇ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ତଥା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ଆର ଯାଦବ କହିଛନ୍ତି ଯେ, ଏହି cafeteriaରେ ପର୍ଯ୍ୟଟକମାନେ ନିଜର ପସନ୍ଦ ମୁତାବକ ଖାଦ୍ୟର ବରାଦ ଦେଇପାରିବେ। ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ଅଭିଜ୍ଞ ରୋଷେୟା ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସୁସ୍ୱାଦୁ ସାମୁଦ୍ରିକ ଖାଦ୍ୟ ପ୍ରସ୍ତୁତ କରାଯାଇ ପର୍ଯ୍ୟଟକମାନଙ୍କୁ ପରିବେଷଣ କରାଯିବ। ବାଲିପ୍ରନ୍ , କ୍ରାଫ୍ଟଚିଲ୍ଲି , ଫିସଫିଙ୍ଗର, ଗୋଲଡେନ୍ ଫ୍ରାଏଡ୍ ପ୍ରନ୍ , ବେବିକର୍ଣ୍ଣ , ସାଣ୍ଡିୱିଚ୍ , ଚିକେନ୍ ପକେଡ଼ା, ହୁକାନୁଡଲ୍ସ , ପନିର ପକୋଡ଼ା, ଭେଜ୍ ପକୋଡ଼ା ସହିତ ଆଇସକ୍ରିମ୍ , ମିନେରାଲ ୱାଟର, ଚା’ ଏବଂ କଫି ସୁଲଭ ମୂଲ୍ୟରେ ଏହି cafeteriaରେ ଉପଲବ୍ଧ ହେବ। ଏହି ଅବସରରେ ଓଟିଡିସିର ବରିଷ୍ଠ ଅଫିସରବୃନ୍ଦ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
/- ଦେବଦତ୍ତ ରଥ