Odiapua.com

୮ ତାରିଖରୁ ରାଜ୍ୟରେ ୬୬ଟି ରୁଟରେ ଓଆରଟିସିର ୯୬ ଟି ବସ ଚଳାଚଳ କରିବ

ଭୁବନେଶ୍ୱର ୬ା୬ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ଲକ୍‌ଡାଉନ୍ ପାଇଁ ରାଜ୍ୟରେ ବନ୍ଦ ରହିଥିବା ରାଜ୍ୟ ପରିବହନ ନିଗମର ବସ୍ ଗୁଡିକ ପୁଣି ଯାତ୍ରୀମାନଙ୍କୁ ସେବା ଯୋଗାଇ ଦେବାକୁ ପ୍ରସ୍ତୁତ ହୋଇଥିବା ସୁଚନା ମିଳିଛି । ଆସନ୍ତା ସୋମବାର ତଥା ୮ତାରିଖ ଠାରୁ ଏହି ସେବା ପୁଣି ଆରମ୍ଭ ହେବ ବୋଲି ରାଜ୍ୟ ଟ୍ରାନ୍ସପୋଟ୍ ବିଭାଗ ମୂଖ୍ୟ ପରିଚାଳନା ନିର୍ଦ୍ଦେଶକ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଆସନ୍ତା ୮ ତାରିଖ ଠାରୁ ରାଜ୍ୟର ୨୨ଟି ସହର ସମେତ ରାଜ୍ୟର ୬୬ଟି ରୁଟରେ ଓଆରଟିସିର ୯୬ ଟି ବସ ଚଳାଚଳ କରିବ ବୋଲି ସିଏମଡି, ଅରୁଣ ବୋଥ୍ରା କହିଛନ୍ତି।

କୌଣସି ଯାତ୍ରୀଙ୍କୁ ଠିଆହୋଇ ଯାତ୍ରାକରିବା ପାଇଁ ଅନୁମତି ଦିଆଯିବ ନାହିଁ ଏବଂ ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ।