Odiapua.com

ଏହି ମ୍ୟାପ ଜରିଆରେ ଚାଲନ୍ତୁ ଜାଣିବା ଗଙ୍ଗା ନଦୀର ଉତ୍ପତି କିପରି ? ଦେଖନ୍ତୁ ଭିଡ଼ିଓ

ଆପଣ ଯଦି ଜାଣିବାକୁ ଚାହାଁନ୍ତି ଗଙ୍ଗା ନଦୀର ଉତ୍ପତି କିପରି ହୋଇଛି, ତେବେ ଦେଖନ୍ତୁ ଏହି ମ୍ୟାପ ଜରିଆରେ କିପରି ହୋଇଛି ଗଙ୍ଗା ନଦୀର ଉତ୍ପତି।

ବଦ୍ରିନାଥରୁ ଉତ୍ପତି ହୋଇଛି ବିଷ୍ଣୁଗଙ୍ଗା। ନୀତିପାଶରୁ ବାହାରିଛି ଧୋଲିଗଙ୍ଗା। ଏହି ଦୁଇଟି ନଦୀ ଯାଇ ମିଶିଛନ୍ତି ବିଷ୍ଣୁପ୍ରୟାଗରେ ଏବଂ ଏହି ଦୁଇଟି ନଦୀ ମିଶି ଅଲକନନ୍ଦା ନାମକ ଏକ ନଦୀର ସୃଷ୍ଟି ହୋଇଛି। ଏହି ଅଲକନନ୍ଦା ନଦୀଯାଇ ନନ୍ଦୀ ପ୍ରୟାଗରେ ନନ୍ଦାବଳୀନଦୀ ସହ ମିଶି ପୁନଃ ଆଗକୁ ବଢ଼ିଛି ଏବଂ ଏହି ଅଲକନନ୍ଦା ନଦୀଯାଇ କର୍ଣ୍ଣ ପ୍ରୟାଗରେ ପଣ୍ଡୋରଗଙ୍ଗା ନଦୀ ସହ ମିଶି ଆଗକୁ ବଢ଼ିଛି ଏବଂ ରୁଦ୍ର ପ୍ରୟାଗରେ କେଦାରନାଥରୁ ବାହାରିଥିବା ମନ୍ଦାକିନୀ ନଦୀ ସହ ମିଶି ଆଗକୁ ଯାଇ ଦେବ ପ୍ରୟାଗରେ ଗଙ୍ଗୋତ୍ରୀରୁ ବାହାରିଥିବା ଭାଗିରଥି ନଦୀ ସହ ମିଶି ପବିତ୍ର ଗଙ୍ଗା ନଦୀ ଭାବରେ ଆଗକୁ ବଢ଼ିଛି। ଏହାକୁ ହିନ୍ଦୁ ଧର୍ମରେ ମା’ ଗଙ୍ଗା ଭାବରେ ବିଶ୍ବାସ କରାଯାଏ। ଏହାର ପବିତ୍ର ଜଳକୁ ଗଙ୍ଗା ଜଳ ଭାବରେ ବିଭିନ୍ନ ପୂଜାରେ ବ୍ୟବହାର କରାଯାଇଥିଏ। ଏହି ପବିତ୍ର ଜଳ ପ୍ରତ୍ୟେକ ହିନ୍ଦୁଙ୍କ ଘରେ ରଖାଯାଇଥିବାର ଦେଖିବାକୁ ମିଳିଥାଏ।